ଦିଗପହଣ୍ଡିରେ ବିଜେଡ଼ି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଠାରେ ମହିଳା ବିଜୁ ଜନତା ଦଳ ସମେତ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ବିଭାଗ ସିଡିପି ଓ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ପରିସରରେ ମହିଳା ବିଜେଡି ବ୍ଲକ ସଭାପତି ଉମା ମାହେଶ୍ବରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ପୂର୍ବତନ ଅଧ୍ୟକ୍ଷା ସୁନିତା ସେଠୀ, ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ, ସାଧନା ମହିଳା ସଂଘ ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ, ଜିଲ୍ଲା ପରିଷଦ ସଭ୍ଯା ମୀନତି ଜାନି, କୋରି ସେଠୀ, ପୂର୍ବତନ ସମିତିସଭ୍ୟ। ସରସ୍ୱତୀ ଗୌଡ ଏବଂ ପ୍ରମୁଖ ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରବାଦ ପୁରୁଷ ବିଜୁବାବୁଙ୍କ “ଗାଁକୁ କାମ ଏବଂ ମା’ଙ୍କୁ ସମ୍ମାନ”, ମହିଳା ସଶକ୍ତିକରଣ, ମହିଳାଙ୍କ ପାଇଁ ସଂରକ୍ଷଣ ଭଳି ଐତିହାସିକ ପଦକ୍ଷେପ ମହିଳା ମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିବା ବେଳେ ନବୀନ ବାବୁ ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ ଘୋଷଣା କରି ସ୍ୱୟଂ ସହାୟିକା ମହିଳା ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ଅତିଥି ବୃନ୍ଦ ଅନୁଷ୍ଠିତ ସଭାରେ ପ୍ରକାଶ କରିଥିଲେ। ଦିଗପହଣ୍ଡି ଠାରେ ପ୍ରଥମ ଥର ପାଇଁ ଆୟୋଜିତ ବିଜେଡି ମହିଳା ସମାବେଶରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, ଉଦୟନାଥ ସ୍ୱ।ଇଁ, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡି, ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧି, ନଗର ବିଜେଡ଼ି ସଭାପତି ଲକ୍ଷ୍ମୀ ନୃସିଂହ ମାର୍ଥା, ପୂର୍ବତନ କାଉନସିଲର ମାଗି ସେଠୀ,   ପ୍ରଶାନ୍ତ ପାଣିଗ୍ରାହୀ, ପ୍ରଦୀପ ପଣ୍ଡା, ନୀଳମାଧବ ଗୌଡ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।ସେହିଭଳି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ  ଅଙ୍ଗନୱାଡ଼ି ସୁପ୍ରଭାଇଜର ଭାଗ୍ୟଲତା ପାତ୍ର ସଂଯୋଜନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବିଡ଼ିଓ ହଳଧର ଶବର,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଙ୍ଗନୱାଡ଼ି ସୁପ୍ରଭାଇଜର ସଞ୍ଜୁଲତାପାଣିଗ୍ରାହୀ, ସାଧନା ମହିଳା ସଂଘ ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ