ଦିଗପହଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ସଚେତନ କରାଇଥିଲେ । ଏଥିସହ ବ୍ଳକ ଅଧିନସ୍ଥ ୨୫ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ସହାୟକ ଉପକରଣ ବଣ୍ଟନ କରିଥିଲେ । ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ଦିଗପହଣ୍ଡି ତହସିଲଦାର ଅନିତା କୁମାରୀ ସାହୁ , ବ୍ଳକ ଉପାଧ୍ଯକ୍ଷା ସୁକାନ୍ତି ପ୍ରଧାନ , ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଲିଙ୍ଗରାଜ ଦୋରା , ମନୋରଞ୍ଜନ ଗୈାଡ , ତପନ ପ୍ରଧାନ , ପ୍ରତିନିଧି ଆଦିତ୍ୟ ସାହୁ , ଚିତ୍ରସେନ ଗୈାଡ , ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଶିବିର ପରିଚାଳନା କରିଥିଲେ । ଭିନ୍ନକ୍ଷମ ହିତାଧିକାରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସହ ସେମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା।ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସମ୍ପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ବିଡ଼ିଓ କହିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଳକର ୩୫୨ ଜଣ ଭିନ୍ନକ୍ଷମ ନିଜର ନାମ ପଞ୍ଜିକରଣ କରି ବିଭିନ୍ନ ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ଶାରୀରିକ ଅକ୍ଷମ , ମୁକବଧିର , ଦୃଷ୍ଟିବାଧିତ , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ହିତାଧିକାରୀ ଟ୍ରାଇ ସାଇକେଲ , ହ୍ବିଲ ଚେୟାର , ଶ୍ରବଣ ଯନ୍ତ୍ର , ବସ୍ ଏବଂ ରେଳ ଟିକେଟ ରିହାତି , ବିଭିନ୍ନ ଭତ୍ତା , ଋଣ ସହାୟତା,ଆବାସ ଯୋଜନା ଏବଂ ରାସନକାର୍ଡ ଯୋଗାଇ ଦେବାକୁ ଆବେଦନ କରିଥିବା ଚିହ୍ନଟ ୩୦ ହିତାଧିକାରୀ ଙ୍କୁ ଟ୍ରାଇ ସାଇକେଲ,୧୫ ଜଣଙ୍କୁ ହୁଇଲ ଚେୟାର , ୬ ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ସହାୟକ ପ୍ରେମାନନ୍ଦ ପାଣିଗ୍ରାହୀ , ସାଗର ରାଉଳ ଙ୍କ ସମେତ ବ୍ଲକର ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।