ଦିଗପହଣ୍ଡିରେ  ମହମ୍ମଦ ଅଜିଜ ନାଇଟ୍

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଚନ୍ଦ୍ରଚୂଡେଶ୍ବର ଭଜନ ସଂଘ ପକ୍ଷରୁ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ  ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତଜ୍ଞ ସ୍ୱର୍ଗତ ମହମ୍ମଦ ଅଜିଜ ନାଇଟ୍ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଚନ୍ଦ୍ରଚୂଡେଶ୍ବର ଶୈବପୀଠ ପରିସରରେ ଥିବା ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ  ୨୦ ହଜାର ରୁ ଉର୍ଦ୍ଧ୍ବ ସଙ୍ଗୀତ ଗାନ କରି ଅନେକ ପୁରସ୍କାର ପାଇଥିବା  କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଙ୍କ ସ୍ମୃତି ଚାରଣ କରାଯାଇଥିଲା। ଭଜନ ସଂଘର ସଭାପତି ଶିବ ଶଙ୍କର ମହାଙ୍କୁଡ ଙ୍କ ଅଧ୍ଯକ୍ଷତା ରେ  ଆୟୋଜିତ କାର୍ଯ୍ଯକ୍ରମରେ ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ  ପଣ୍ଡା, ପୂର୍ବତନ ବ୍ଲକ ଅଧ୍ଯକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ, ଅସିତ କୁମାର ସାହୁ, ସାହିତ୍ଯିକ ରାମଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ମହମ୍ମଦ ଅଜିଜ ସଙ୍ଗୀତ ପରିବେଷଣ କରି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ  ନିଜର ଅଗଣିତ ‘ଫ୍ଯାନ୍’ ସୃଷ୍ଟି କରିବାରେ ସମର୍ଥ ହେବା ସହ ନିଜର ମନଛୁଆଁ ଗୀତ ଗୁଡିକ ପାଇଁ ସେ ଚୀର ସ୍ମରଣୀୟ ହୋଇ ରହିବେ ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ।ପରେ ଶିବଶଙ୍କର ନନ୍ଦ ଙ୍କ ସଂଯୋଜନାରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଥିବା କିଛି ଶ୍ରେଷ୍ଠ କଳାକାରଙ୍କ ସମେତ ସ୍ଥାନୀୟ କଣ୍ଠଶିଳ୍ପୀ ବିବେକାନନ୍ଦ ଦୋରା, ଆର୍. ସାରଥୀ, ଗଣେଶ ପାଠୀ, ଅରୁଣ କୁମାର ସାହୁ, ସୁଦାମ ବେହେରା, ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ପରିବେଷିତ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମହଲରେ ବେଶ୍ ଉପଭୋଗ୍ୟ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ