ଦିଗପହଣ୍ଡିରେ ମିଶନ ଶକ୍ତି କାଫେ ଗୃହ ଉଦଘାଟନ କଲେ ଜିଲ୍ଲାପାଳ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ସକାଶେ ବହୁ ଯୋଜନା
କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦିଗପହଣ୍ଡି ନୂତନ ବସଷ୍ଟାଣ୍ଡ ପରିସରରେ ମିଶନ ଶକ୍ତି କାଫେ ଗୃହର ଶୁଭ ଉଦଘାଟନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମିଶନ ଶକ୍ତି ସହାୟତା ଆନୁକୂଲ୍ୟରେ ଅତିରିକ୍ତ ତହସିଲଦାର ତଥା ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ବେହେରା ସଂଯୋଜନା କରିଥିଲେ । ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ଏନ୍ ଏସି ପ୍ରଶାସକ ସଚ୍ଚିଦାନନ୍ଦ ନାୟକ , ଭାରପ୍ରାପ୍ତ ତହସିଲଦାର ଡ଼ା ଶ୍ରୀନିବାସ ବେହେରା, ବ୍ଳକ ଉନ୍ନୟନ ଅଧିକାରୀ ହଳଧର ଶବର, ମୁନୁଷିପାଲ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ, ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ପ୍ରମୁଖଙ୍କ ଉପସ୍ଥିତି ରହିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ମାଁ ବାଙ୍କେଶ୍ୱରୀ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀ ପକ୍ଷରୁ ପରିଚାଳିତ କାଫେ ଗୃହ ବୁଲି ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ଶୁଭାରମ୍ଭ ସମୟରେ ସାଧନା ମହିଳା ସଭାନେତ୍ରୀ ପି . ବିଜୟ ଲକ୍ଷ୍ମୀ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ