ଦିଗପହଣ୍ଡିରେ  ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ; ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ରବିବାର ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ  ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିବା ଜଣାପଡିଛି ।  ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା  ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦିଗହଣ୍ଡି ବିଜୁ ଜନତା ଦଳର ବହୁ ସଂଖ୍ୟକ ନେତୃବୃନ୍ଦ ଓ କର୍ମୀ  ଏକତ୍ରିତ ହୋଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ଓଡ଼ିଶା ବାସୀଙ୍କ ପାଇଁ ସଦାସର୍ବଦା  କାମକରି ପ୍ରଶଂସିତ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ  କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ଗୋକର୍ଣ୍ଣପୁର ପଞ୍ଚାୟତ ସରପଞ୍ଚ ଅସିତ କୁମାର ସାହୁ , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ  ଭଗବାନ ବାଡତ୍ଯା , କଇଠଡା ସରପଞ୍ଚ ପ୍ରତିନିଧି ଦେବହରୀ ଗୈାଡ , ବିଜେଡି କର୍ମୀ ସହଦେବ ରେଡ୍ଡୀ , ରାଜକିଶୋର ମହାନ୍ତି , ବିକ୍ରମ ସିଂ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ