ଦିଗପହଣ୍ଡିରେ ଶ୍ରୀରାମ ନବମୀ ମହୋତ୍ସବ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ରବିବାର ଅପରାହ୍ନ ରେ ଦିଗପହଣ୍ଡି ସହରରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ମିଳିତ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରୁ ଶୋଭାଯାତ୍ରା ସହର ପରିକ୍ରମା କରି ବଜାର ସାହି ସ୍ଥିତ ଗାନ୍ଧୀ ଛକ ଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ସଭାରେ ଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ବଦ୍ରିକା ଆଶ୍ରମ ତଥା ଚିଦାନନ୍ଦ ଗୋ – ବିଜ୍ଞାନ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ସ୍ଵାମୀ ଶର୍ମିଷ୍ଠା ନନ୍ଦ ସରସ୍ବତୀ ମହାରାଜ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ରୂପେ ଅଖିଳ ଭାରତୀୟ ବିଶ୍ଵ ହିନ୍ଦୁ ପରିଷଦ ର କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟାନନ୍ଦ ଗିରି ମହାରାଜ, ସମ୍ମାନିତ ଅତିଥି ରୂପେ ବିଶ୍ଵହିନ୍ଦୁପରିଷଦ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରଥ,ସାମାଜିକ କର୍ମୀ ନିରଞ୍ଜନ ପାଣିଗ୍ରାହୀ, ବ୍ରହ୍ମପୁର ଏମ.ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ ମଞ୍ଚାସିନ ଥିଲେ। ଶ୍ରୀରାମ ନବମୀ ମହୋତ୍ସବ ସମିତି କାର୍ଯ୍ୟକର୍ତ୍ତା ଚନ୍ଦ୍ର ଶେଖର ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ଶୋଭାଯାତ୍ରା ରେ ବିଜେପି ରାଜ୍ୟ ପରିଷଦ ସଭ୍ୟ ପରେଶ ଚନ୍ଦ୍ର ରଥ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କାର୍ଯ୍ୟକର୍ତ୍ତା ପ୍ରହଲ୍ଲାଦ ଡାକୁଆ,ସୁଶାନ୍ତ ଦୋରା, ସୁନୀଲ ଦୋରା, ଭବାନୀ ଶଙ୍କର ପଣ୍ଡା, ଧର୍ମେନ୍ଦ୍ର ଦୋରା, ଆଶିଷ ଦୋରା, ମିଟୁ ଦୋରା, ବାବୁଲା ଦୋରା, ଅରୁଣ ଗୌଡ଼, ପ୍ରମୋଦ ମହାନ୍ତି ,ନୀଳମାଧବ ପାଣିଗ୍ରାହୀ, ହରିକୃଷ୍ଣ ଦୋରା, ତ୍ରିଲୋଚନ ଦୋରା, ମନୋଜ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଦିଗପହଣ୍ଡି ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ସଙ୍କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସାମିଲ ଥିଲେ।