ଦିଗପହଣ୍ଡିରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ ରେ ସ୍ମୃତିସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ଘୋଡାହାଡ ଡ୍ଯାମ ରାସ୍ତା ଛକରେ ସ୍ଥାପିତ ହୋଇଥିବା ମହାପୁରୁଷ ତଥା ରାଜପୁତ୍ର ସନ୍ଥ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବୁଧବାର  ସେହି ସିଦ୍ଧ ମହାପୁରୁଷଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ବଡଖେମୁଣ୍ଡି ରାଜ ପରିବାରର ଦାୟାଦ ସିଦ୍ଧାନ୍ତ ଗଙ୍ଗଦେଓଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ  ପଣ୍ଡା , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ଆଇନଜିବୀ ପରେଶ ଚନ୍ଦ୍ର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ , ନୀଳକଣ୍ଠ ପଟ୍ଟନାୟକ , ନାରାୟଣ ସାବତ , ଭବାନୀ ଶଙ୍କର ପଣ୍ଡା , ମିଲନ ପାଣିଗ୍ରାହୀ , ହରେକୃଷ୍ଣ ପାତ୍ର , ଏମ୍ . ଦୀପ୍ତିମୟୀ , ଶ୍ରୀହର୍ଷ ପଣ୍ଡା,ରଞ୍ଜିତ ବେହେରା, ସିମାଞ୍ଚଳ ସାସମଲ ଙ୍କ ସମେତ ବହୁ ସଂଖ୍ୟକ ବ୍ୟକ୍ତି ସ୍ମୃତି ସଭାରେ  ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିବା ସହ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତତ୍କାଳୀନ ବଡଖେମୁଣ୍ଡି ରାଜ୍ୟର ବିଜୟ ନଗର ଗଡରେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ରେ ଜନ୍ମିତ ରାଜପୁତ୍ର ସନ୍ଥ ଅରକ୍ଷିତ ଦାସ ତାଙ୍କର ସାଧନା ପୀଠ ଅବିଭକ୍ତ କେନ୍ଦ୍ରାପଡ଼ା ର ଓଳାଶୁଣି ଗୁମ୍ଫା ରେ ସିଦ୍ଧି ହାସଲ କରିଥିଲେ ମଧ୍ୟ ଜନ୍ମ ମାଟିରେ ତାଙ୍କ ସମ୍ପର୍କରେ ପ୍ରଚାର ପ୍ରସାର ନଥିବା ନେଇ ଆୟୋଜିତ ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା । ସନ୍ଥ ଅରକ୍ଷିତ ଙ୍କ ଜୀବନାଦର୍ଶ ଓ ତାଙ୍କ ରଚିତ ମହୀମଣ୍ଡଳ ଗୀତାର ଅଧିକ ପ୍ରଚାର ପ୍ରସାର କରାଯାଇ ପାରିଲେ ସମାଜରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ ତାଙ୍କ ଜନ୍ମମାଟି ଅଧିକ ପବିତ୍ର ହୋଇପାରିବ ବୋଲି ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ