ଦିଗପହଣ୍ଡିରେ ସମସ୍ତ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ପଦ୍ମନାଭ ପୁର ପଞ୍ଚାୟତ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ହାଇସ୍କୁଲ ସଭାମଞ୍ଚ ରେ କୋଭିଡ-୧୯ କଟକଣା ପ୍ରକାରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧି ମୁଖ୍ୟଅତିଥି,ହାଇସ୍କୁଲ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା,ଗାର୍ଲ୍ସ ହାଇସ୍କୁଲ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାରଣା, ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର, ଖେମୁଣ୍ଡି ସ୍ଵେଚ୍ଛାକୃତ ରକ୍ତଦାତା ସଙ୍ଘ ସମ୍ପାଦକ ହରପ୍ରସାଦ ରଥ,ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ମୁଖ୍ୟଅତିଥି ତଥା ସରପଞ୍ଚ ବ୍ଳକ ଅଞ୍ଚଳର ସମସ୍ତ ଆଗଧାଡିର ସାମ୍ବାଦିକ, କରୋନା ଯୋଦ୍ଧା ସରକାରୀ ପଦାଧିକାରୀ, ପଞ୍ଚାୟତ ସମିତି ସଭ୍ୟ,ନାଏବ ସରପଞ୍ଚ, ୱାର୍ଡ ସଭ୍ୟ,କାର‌୍ୟ୍ୟନିର୍ବାହୀ ଅଧିକାରୀ,ଗ୍ରାମ ରୋଜଗାର ସେବକ, ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ଫାର୍ମାସିଷ୍ଟ,ଶିକ୍ଷୟତ୍ରୀ,ଶିକ୍ଷକ,କର୍ମଚାରୀ,କୋଭିଡ ମନିଟର,ସ୍ଵେଚ୍ଛାସେବୀ ମାନଙ୍କ ଅସୀମ ସାହସ,ତ୍ୟାଗ ଓ ଧୈର‌୍ୟ୍ୟ ଯୋଗୁଁ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିପାରିଛି ବୋଲି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ପରେ ସରପଞ୍ଚ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।ସେହିପରି କୋଭିଡ- ୧୯ ପରିପ୍ରେକ୍ଷୀରେ ବ୍ୟାପକ ଜନସଚେତନତା ସମ୍ବଳିତ ଖବର ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଗପହଣ୍ଡି ଅଞ୍ଚଳର ସାମ୍ବାଦିକ ନୀଳମାଧବ ପରମଗୁରୁ , ଅଶେଷ ନାଥ ମିଶ୍ର,ହରପ୍ରସାଦ ରଥ, ଗୋପାଳକୃଷ୍ଣ ମଲ୍ଲିକ, ଶିବପ୍ରସାଦ ରଥ,କିରଣ କୁମାର ବେହେରା,ସଞ୍ଜୀବ କୁମାର ପାତ୍ର,ଗଦାଧର ଶୁକ୍ଳ,ସିଦ୍ଧାନ୍ତ କୁମାର ତ୍ରିପାଠୀ ଙ୍କ ସମେତ ଅନ୍ୟାନ୍ୟ ଖବରଦାତା ମାନଙ୍କୁ ପଞ୍ଚାୟତ ପକ୍ଷରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ