ଦିଗପହଣ୍ଡିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମହାଆଡମ୍ବର ସହକାରେ ଶନିବାର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଭୋର୍ ୫ଘଣ୍ଟ ସମୟରେ ପ୍ରଭାତ ଫେରି କାର୍ଯ୍ୟକ୍ରମ କରାଯିବା ପରେ ବଜାର ସାହି ଗାନ୍ଧୀ ଛକ ଠାରେ ଜାତୀୟ ନେତା ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା । ପରେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପ୍ରଶାସକ (ଓ.ପ୍ର.ସେ-ଏ)(ଏସ୍.ବି)ସଚ୍ଚିଦାନନ୍ଦ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍ୱାୟତ୍ତ ଶାସନ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଆଭିମୂଖ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ପରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ପ୍ଲାଷ୍ଟିକ୍ ମୁକ୍ତ ଏବଂ ପଲିଥିନ୍ ନିଶେଦ୍ଧ ଶ୍ଲୋଗାନ୍ ଏବଂ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଏନଏସି କର୍ମଚାରୀ ଏବଂ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ସାମିଲ ହୋଇ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ, ମନ୍ମଥ ପାଣିଗ୍ରାହୀ, ୟୁଏଲ୍ବି କୋଡିନେଟର୍ ସନ୍ତୋଷ ବାଡତ୍ୟା, ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁ, ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ, ମାଗୀ ସେଠି, ଦିବାକର ଜେନା, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରଶାସନିକ ଅଧିକାରୀ ତଥା ମୁଖ୍ୟ ଅତିଥି ଏନଏସି ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ମୋ ସହର ମୋ ସ୍ୱାଭିମାନ୍ ଦସ୍ତଖତ ଅଭିଯାନ ଫଳକରେ ଦସ୍ତଖତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ