ଦିଗପହଣ୍ଡିରେ ୪ଜି ଡାଟା ସ୍ପିଡ୍ ମିଳୁନି
ଦିଗପହଣ୍ଡିି, ,(ଯୁଗାବ୍ଦ ନ୍ୟୁଜ) : ଜିଓ ୪ଜିି ଲଞ୍ଚ୍ ହେବା ପର ଠାରୁ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଲ ଯାଏଁ ପ୍ରତ୍ୟେକଟି ବ୍ୟକ୍ତି ଏହାର ଉପଭୋକ୍ତା ରହିଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି ସହରରେ ଜନସଂଖ୍ୟାର ଦୁଇ ଗୁଣା ମୋବାଇଲ୍ ଉପଭୋକ୍ତା ରହିଥିବା ବେଳେ ସେହି ଅନୁପାତରେ ବିଭିନ୍ନ ମୋବାଇଲ୍ କମ୍ପାନୀର ଉପଭୋକ୍ତା ମାନ ରହିଛନ୍ତି । ପ୍ରଥମେ ପ୍ରଥମେ ମୋବାଇଲ୍ ଡାଟା ସ୍ପିଡ୍ ପାଇଁ ସଭିଏଁ ଜିଓକୁ ଆପଣାଇଥିବା ବେଳେ ସମ୍ପ୍ରତ୍ତି ଜିଓରେ ଡାଟା ସ୍ପିଡ୍ ରହୁନଥିବା ବେଳେ ପ୍ରାୟତଃ କଲ୍ ଡ୍ରପ୍ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଏୟାର୍ଟେଲ୍, ଭୋଡାଫୋନ୍, ବିଏସ୍ଏନ୍ଏଲର ମଧ୍ୟ ସେହି ସମଦଶା ଦେଖିବାକୁ ମିଳିଛି । ଉପଭୋକ୍ତା ସଂଖ୍ୟା ଅନୁସାରେ ମୋବାଇଲ୍ କମ୍ପାନୀ ମାନେ ସେମାନଙ୍କର ମେସିନାରୀ ଟେକ୍ନିକାଲ୍ ଅଭିବୃଦ୍ଧି କରୁନଥିବାରୁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ସହରରେ ସମସ୍ତ ମୋବାଇଲ୍ କମ୍ପାନୀର ଟାୱାର୍ ରହିଥିଲେ ହେଁ ସାହି ଗଳିରେ ମୋବାଇଲ୍ ସିଗ୍ନାଲ୍ ଫ୍ରିକ୍ୟୁଏନ୍ସି କଏଦ୍ ହେଉନଥିବାରୁ ବିଭିନ୍ନ ସମୟରେ ଜରୁରୀକାଳୀନ କଲ୍ରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଡାଟା ସ୍ପିଡ୍ ମଧ୍ୟ ନିୟମିତ ବ୍ୟବଧାନରେ ରହୁନଥିବା ବେଳେ ଦିନରେ ଅଧିକାଂଶ ସମୟ କମ୍ ସ୍ପିଡ୍ ରେ ଚାଲୁଥିବା ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିଲେ କଲ୍ ଡ୍ରପ୍ , ଲୋ ଡାଟା ସ୍ପିଡ୍ ସମସ୍ୟାରୁ ନିସ୍ତାର ମିଳିବ ବୋଲି ସମାଲୋଚନା ହେଉଛି ।


