ଦିଗପହଣ୍ଡିରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଦିଗପହଣ୍ଡି କୋର୍ଟରେ ସମସ୍ତ ବିଚାର ବିଭାଗୀୟ କର୍ମଚାରୀଙ୍କ ଗହଣରେ ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଖେମୁଣ୍ଡି ଓକିଲ ସଂଘ କାର୍ଯ୍ଯାଳୟରେ ସଭାପତି ଏ. ସୋମେଶ୍ବର ରାଓ, ତହସିଲ କାର୍ଯ୍ଯାଳୟରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ଓ ଅନ୍ୟ କର୍ମଚାରୀଙ୍କ ଗହଣରେ ତହସିଲଦାର ସିପକ୍ କୁମାର ପାତ୍ର, ବ୍ଲକ କାର୍ଯ୍ଯାଳୟରେ ବିଡିଓ ହଳଧର ଶବର, ଉପାଧ୍ଯକ୍ଷା ସୁକାନ୍ତି ପ୍ରଧାନ ଓ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ଯକ୍ଷା ସୁନିତା ସେଠୀ ପତାକା ଉତ୍ତୋଳନ କରିଥିଲେ।ସେହିଭଳି ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ପୂର୍ତ୍ତ କାର୍ଯ୍ଯାଳୟରେ ଉପ ନିର୍ବାହୀ ଯନ୍ତ୍ରୀ ନାରାୟଣ ବେହେରା, ଘୋଡାହାଡ ଜଳସେଚନ କାର୍ଯ୍ଯାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ଗୋପାଳ ରାଓ, ଖେମୁଣ୍ଡି ମହାବିଦ୍ୟାଳୟରେ ଅଧ୍ଯକ୍ଷ ଅନୁପ କୁମାର ମିଶ୍ର, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଅଧ୍ଯକ୍ଷା ସ୍ବାଗତିକା ପାତ୍ର, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ଅଧ୍ଯକ୍ଷା ସଶ୍ମିତା ପାଠୀ, ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟରେ ବିଇଓ କୁରେଶୁ ସେଠୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସଭାପତି ଯୁଧିଷ୍ଠିର ସ୍ବାଇଁ, ବାଲାଜୀ କ୍ଲବ ପକ୍ଷରୁ ବାଲାଜୀ ମଠରେ ଆଇନଜୀବି ହରପ୍ରସାଦ ରଥ, ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଇଂ.ଉତ୍ତମ କୁମାର ପାଣିଗ୍ରାହୀ, ଶୌଣ୍ଢିକ ସମାଜ କୋଠଘରେ ସଭାପତି ସନ୍ତୋଷ କୁମାର ସାହୁ, ବୀଣାପାଣି ନର୍ସରୀ ସ୍କୁଲରେ ସଭାପତି ରସାନନ୍ଦ ରାଉତ ପତାକା ଉତ୍ତୋଳନ କରିଥିଲେ।ବଜାର ଗାନ୍ଧୀ ଛକଠାରେ ଏନ୍ଏସି ପକ୍ଷରୁ ଆୟୋଜିତ ସାମୁହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଓ ସମସ୍ତ କାଉନସିଲର ଓ କର୍ମଚାରୀଙ୍କ ଉପସ୍ଥିତିରେ ଏନ୍ ଏ ସି ଅଧ୍ଯକ୍ଷ ପ୍ରଫୁଲ୍ଲ  ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ଏନ୍ ଏ ସି ପକ୍ଷରୁ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ