ଦିଗପହଣ୍ଡି ଏନଏସି ପକ୍ଷରୁ ସଫେଇ ମିତ୍ର ମାନଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ ଏ ସି ପକ୍ଷରୁ ରବିବାର ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସରସ,ସୁନ୍ଦର କରିବାରେ ସଫେଇ କର୍ମଚାରୀଙ୍କ ଯୋଗଦାନ ଅତୁଳନୀୟ।ସେମାନଙ୍କ ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ପରିଷ୍କାର ପରିଛନ୍ନ ହୋଇଥାଏ।ସେଥିପାଇଁ ସଫେଇ କର୍ମଚାରୀ ମାନଙ୍କୁ ଭିନ୍ନ ଦୃଷ୍ଟିରେ ନଦେଖିବା ପାଇଁ ସେମାନଙ୍କୁ ସଫେଇ ମିତ୍ର ଆଖ୍ୟା ପ୍ରଦାନ କରାଯାଇଛି ବୋଲି ତାଙ୍କ ଉଦବୋଧନରେ କହିଥିଲେ।ସଫେଇ ମିତ୍ର ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସ୍ୱଛତା କାର୍ଯ୍ୟକ୍ରମର ବାହାକ ଭାବେ ଅଭିହିତ କରାଯାଇଛି ବୋଲି ସଭାରେ ମତପ୍ରକାଶ ପାଇଥିଲା।ସ୍ୱଛତା ସହରର ବିକାଶର ପରିଚୟ।ସ୍ୱଛତାରୁ ହିଁ ସହରର ବିକାଶ ଜଣାପଡେ।ଏଣୁ ସଫେଇ ମିତ୍ର ମାନେ ବିକାଶର ବାହକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ସହର ରେ ଥିବା ସମସ୍ତ ସଫେଇମିତ୍ର ମାନଙ୍କୁ ଏନ୍ ଏ ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ଅବ୍ୟବହିତ ପୁର୍ବରୁ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏନ୍ ଏ ସି ଉପାଧ୍ୟକ୍ଷା କେ.ପୁଜା, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀ, କାଉନସିଲର ଦୀପକ କୁମାର ମିଶ୍ର,ନିଳମାଧବ ଗୌଡ,ସୁଶାନ୍ତ କୁମାର ପାତ୍ର, ସନ୍ଧ୍ୟାରାଣୀ ବେହେରା,ସୁନିଲ କୁମାର ପଣ୍ଡା ପ୍ରମୁଖ ସଭାମଞ୍ଚରେ ମଞ୍ଚାସିନ ଥିଲେ।ଏହି ଅବସରରେେ ସମସ୍ତ ସଫେଇ ମିତ୍ର ମାନଙ୍କୁୁୁ ସମ୍ମାନିତ କରାଯିବା ସହ ପିପିଇ କିଟ୍ ପ୍ରଦାନ କରାଯାଇଥିଲା।କନିଷ୍ଠ ଯନ୍ତ୍ରୀ ଇଂ. ମମତା କୁମାରୀ ପଣ୍ଡା,ପବିତ୍ରା ପ୍ରଧାନ,ସ୍ୱାଗତିକା ପାତ୍ର, ସନ୍ଧ୍ୟାରାଣୀ ପଟ୍ଟନାୟକ,ଅମୂଲ୍ୟ ପାଣିଗ୍ରାହୀ,କାଳୁଚରଣ ପ୍ରଧାନ,ଶଶୀଭୁଷଣ ଦତ୍ତଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।