ଦିଗପହଣ୍ଡି ଏନ୍ଏସିରେ ପ୍ରଚାର ଶେଷ : କିଏ ହାତେଇବ ଅଧ୍ୟକ୍ଷ ପଦ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଆଉ ଦିନକ ପରେ ହେବାକୁଜାଉଛି ପୌର ନିର୍ବାଚନ ଦଳ କୁ ନୁହେଁ ବ୍ୟକ୍ତି ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି ଦିଗପହଣ୍ଡି । ପୌର ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଥିବା ବେଳେ ବର୍ତ୍ତମାନ ଏହି ପଦବୀ ହାତେଇବାପାଇଁ ଛଅଜଣ ପ୍ରାର୍ଥୀନିର୍ବାଚନ ମୈଦାନରେ ରହିଛନ୍ତି।ଏଠାରେ ବିଜେଡି, କଂଗ୍ରେସ, ବିଜେପି ଏବଂ ସିପିଏମ ପ୍ରାର୍ଥୀ ଦେଇଥିବା ବେଳେ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରତିଦ୍ବନ୍ଦିତା କରୁଛନ୍ତି।ବିଜେଡି ଦଳରୁ ଭି.ରବିନାରାୟଣ ରାଜୁ , ସିପିଆଇ ସମର୍ଥିତ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ କୁମାର ପଣ୍ଡା, ବିଜେପିରୁ ପରେଶ ଚନ୍ଦ୍ର ରଥ, ସିପିଏମରୁ ଜୟନ୍ତିବାଳା ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଇନଜୀବି ହରପ୍ରସାଦ ରଥ ଓ କୁରେଶୁ ଚନ୍ଦ୍ର ମହାରଣା ରହିଛନ୍ତି । ଏଠାରେ ସ୍ବାଧୀନ ପ୍ରାର୍ଥୀ ହରପ୍ରସାଦ ରଥଙ୍କ ସାଇକେଲ ଚିହ୍ନ ସହ କଂଗ୍ରେସ ଓ ଶାସକ ବିଜେଡି ଦଳର କଡା ଟକ୍କର ହେବା ସମ୍ଭାବନା ରହିଥିବା ଦେଖିବାକୁ ମିଳୁଛି । ବହୁମୁଖୀ ପ୍ରତିଦ୍ବନ୍ଦିତା ମଧ୍ୟରେ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ ବୋଲି ଆକଳନ କରାଯାଇଛି।ବିଜେଡି ପ୍ରାର୍ଥୀ ରବିନାରାୟଣ, କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଦଳବଦଳ ରାଜନୀତି ଭୋଟରଙ୍କୁ ବିମୁଖ କରିଥିବା ଦେଖାଯାଇଛି । ବିଜେପିପ୍ରାର୍ଥୀ ପରେଶ ଚନ୍ଦ୍ର ରଥ ମଧ୍ୟ ପଛରେ ପଡ଼ିନାହାନ୍ତି। ବିଜେଡି ଶାସନ କ୍ଷମତାରେ ରହିଥିବା କାରଣରୁ ଏବଂ ଦିଗପହଣ୍ଡି ପୂର୍ବରୁ କଂଗ୍ରେସ ଗଡ ଭାବେ ପରିଚିତ ଥିବାରୁ ଏଠାରେ ତ୍ରିମୁଖୀ ଲଢେଇର ପରିସ୍ଥିତି ଥିବା କୁହାଯାଇଛି। ଦୀର୍ଘ ୩୦ ବର୍ଷ ପରେ ପ୍ରତ୍ୟକ୍ଷ ଅଧକ୍ଷ ପଦ ପାଇଁ ନିର୍ବାଚନ ହେଉଥିବାରୁ ଭୋଟର ମାନେ ଦଳ ଅପେକ୍ଷା ପ୍ରାର୍ଥୀ ଙ୍କ ଯୋଗ୍ୟତା, ଦକ୍ଷତା କୁ ଗୁରୁତ୍ଵ ଦେଉଥିବା ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି। ଦିଗପହଣ୍ଡି ୧୧ ଟି ୱାଡ ରେ ମୋଟ ୧୧୦୭୮ ଭୋଟର କାହାକୁ ବିଜୟ ମୁକୁଟ ପିନ୍ଧାଇବେ କହିବା ମୁସ୍କିଲ। ସ୍ୱାଧୀନ ପ୍ରାର୍ଥୀ ହରପ୍ରସାଦ ରଥ ବର୍ତ୍ତମାନ ଏନ୍ଏସିର ଚର୍ଚ୍ଚିତ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।ଏକାଧାରରେ ଜଣେ ଆଇନଜୀବି, ସାମ୍ବାଦିକ ଏବଂ ସମାଜସେବୀ ରହି ଆସିବା ସହ ତାଙ୍କର ସ୍ପଷ୍ଟବାଦୀତା ଓ ନିଃସ୍ୱାର୍ଥପର କାର୍ଯ୍ୟ କଳାପ ଭୋଟରଙ୍କୁ ଆକୃଷ୍ଟ କରୁଥିବା ପରିଲକ୍ଷିତ ହୋଇଛି।ଲୋକଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ସହ କଳା, ସାହିତ୍ୟ, ସଂସ୍କୃତି, କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ପାରଦର୍ଶିତା ରହିଛି । ଏପରିକି ୨୦୧୩ରେ ଜାପାନର ହିରୋସୀମା ଠାରେ ଆୟୋଜିତ ବିଶ୍ବ ଶାନ୍ତି ସମ୍ମିଳନୀରେ ଭାଗନେଇ ଦିଗପହଣ୍ଡିର ସୁନାମ ବୃଦ୍ଧିରେ ସେ ସହାୟକ ହୋଇଛନ୍ତି ।