ଦିଗପହଣ୍ଡି କଂଗ୍ରେସ ମହଲରେ ଖୁସିର ଲହରୀ

ଦିଗପହଣ୍ଡି : ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ଆସନ ପାଇଁ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ଶେଷରେ ବିଧାୟକ ପ୍ରାର୍ଥୀ ଭାବେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓରଫ୍ ବାଲିଙ୍କୁ ଟିକଟ ପ୍ରଦାନ କରାଯାଇଥିବା ନେଇ ଚୁଡାନ୍ତ ଘୋଷଣାନାମା କରାଯାଇଥିବା ଜଣାପଡିଛି । ବାଲିଙ୍କୁ ଟିକଟ ମିଳିବା ଘୋଷଣା ହେବା ପରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ଶନିବାର ସକାଳେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ କର୍ମୀ ମାନେ ଫଟାକା ଫୁଟାଇ ବାଲିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପରସ୍ପରକୁ ମିଷ୍ଠାନ୍ନ ଖୁଆଇ ବଧେଇ ଜଣାଯାଇଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ନୀଳକଣ୍ଠ ପଟ୍ଟନାୟକ, ବିଘ୍ନରାଜ ପାଣିଗ୍ରାହୀ, ଭଗବାନ ସ୍ୱାଇଁ, କେ.କୁନା ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ