ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ ୬୨ ମାମଲା ଫୈସଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।କମିଟି ଅଧ୍ଯକ୍ଷା ତଥା ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ଏହାକୁ ପରିଚାଳନା କରିଥିଲେ।ଏଥିରେ ୩୨ ଗୋଟି ଫୌଜଦାରୀ ମାମଲାର ଫୈସଲା କରାଯିବା ସହ ବିଭିନ୍ନ ବ୍ଯାଙ୍କ ପକ୍ଷରୁ ୩୦ ଗୋଟି ଋଣ ମାମଲାର ଫୈସଲା କରାଯାଇ ୧୧ ଲକ୍ଷ ୭୦ ହଜାର ଟଙ୍କା ଆଦାୟ କରାଯାଇଥିଲା।ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ଅଞ୍ଜଳି ମହାରଣା, ସଶ୍ମିତା ମହାରଣା, ସତ୍ଯନାରାୟଣ ପାଢ଼ୀ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ପି. ପୂର୍ଣ୍ଣଚନ୍ଦ୍ର ପାତ୍ର, କାଳିଆ ନାୟକ, ବିକ୍ରମ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।