ଦିଗପହଣ୍ଡି କୋର୍ଟରେ ଲୋକ ଅଦାଲତ ୫ ମାମଲା ଫୈସଲା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି।ସେବା କମିଟି ଅଧ୍ଯକ୍ଷା ତଥା ମାଜିଷ୍ଟ୍ରେଟ ନୀଳିମା ଷଡଙ୍ଗୀ ଏହାକୁ ପରିଚାଳନା କରିଥିଲେ।ଏଥିରେ ୨ ଟି ଦେଓ୍ଵାନି, ୩ ଟି ଫୌଜଦାରୀ ମାମଲାର ଫୈସଲା କରାଯିବା ସହ ସ୍ଥାନୀୟ କାନାରା ବ୍ଯାଙ୍କ, ଭାରତୀୟ ଷ୍ଟେଟବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ଯାଙ୍କ ଏବଂ ୟୁନିଅନ ବ୍ଯାଙ୍କ ଶାଖା ପରିଚାଳକଙ୍କ ଉପସ୍ଥିତିରେ ୨୧ ଟି ଋଣ ସମ୍ପର୍କିତ ମାମଲାର ଫୈସଲା କରାଯାଇ ୨ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରାଯାଇଥିଲା। ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ରଞ୍ଜନ କୁମାର ବେହେରା, ଏପିପି ନକୁଳ ପ୍ରଧାନ, ଆଇନଜୀବୀ ହେମନ୍ତ କୁମାର ପାଣିଗ୍ରାହୀ, ରସାନନ୍ଦ ରାଉତ, ଗିରିଜା ନନ୍ଦନ ମେକାପ, ପ୍ରଦୀପ କୁମାର ମହାପାତ୍ର, ମନୋରଞ୍ଜନ ପଣ୍ଡା, ଲକ୍ଷ୍ମୀ ନୃସିଂହ ସାହୁ ଙ୍କ ସମେତ ବହୁ ଆଇନଜୀବି ଏଥିରେ ଉପସ୍ଥିତ ଥିବା ବେଳେ ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ଅଞ୍ଜଳି ମହାରଣା, ପ୍ରଦୀପ କୁମାର ପୁରୋହିତ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ନିରଞ୍ଜନ ଶବର, କାଳିଆ ନାୟକ, ବିକ୍ରମ ବେହେରା ପ୍ରମୁଖ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।