ଦିଗପହଣ୍ଡି ଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ଯବାନଙ୍କ ମନୋବଳ ବୃଦ୍ଧି ଏବଂ ସେମାନଙ୍କ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦିଗପହଣ୍ଡି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପଡିଆ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ବଜାର ଛକ , ପୋଲିସ ଥାନା , ବସଷ୍ଟାଣ୍ଡ ଏବଂ ପୁଞ୍ଜିକୟା ଛକ , ମେଡିକାଲ ରୋଡ଼ ଦେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ପୂର୍ବତନ ସେବା ସମବାୟ ସମିତି ଜିଲ୍ଲା ସଭାପତି ସନାତନ ସଂଗ୍ରାମ ସିଂ , କୁକୁଡାଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , ଦଳୀୟ କର୍ମକର୍ତ୍ତା ଚିନ୍ମୟା ନନ୍ଦ ମହନ୍ତ , ବାପି ପ୍ରଧାନ , କିଶୋର ସାହୁ , ଭବାନୀ ଶଙ୍କର ପଣ୍ଡା , ପ୍ରଶାନ୍ତ ପୂଜାରୀ , ନରସିଂହ ପାତ୍ର , ପୂର୍ବତନ ସରପଞ୍ଚ ବନମାଳୀ ଜେନା , ପ୍ରତାପ କୁମାର ସାହୁ , ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଲିଙ୍ଗରାଜ ଦୋରା , ବିଜୟ ପ୍ରଧାନ , ଗିତାଞ୍ଜଳୀ ଜାନୀ , ସୀତାରାମ ସେଠୀ , ସରପଞ୍ଚ ପ୍ରତିନିଧି ଏମ୍ ସନ୍ତୋଷ , ସନ୍ତୋଷ ଦୋରା , ଶ୍ୟାମ ନାୟକ , ଆଦିତ୍ୟ ସାହୁ , ବୁଲୁ ସେଠୀ , ବିପ୍ରଚରଣ ସେଠୀ , ସୂର୍ଯ୍ୟ ନାରାୟଣ ସାହୁ , ରବିଚନ୍ଦ୍ର ଗୈାଡ ସମେତ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଳକର ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।ସେହିପରି ପଦ୍ମନାଭପୁର ନାଗରିକ କମିଟି ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ରେ ଏମ. କେଶବ ରାଓ, ପରେଶ ଚନ୍ଦ୍ର ରଥ, ଭବାନୀ ଶଙ୍କର ପଣ୍ଡା, ଅଭିମନ୍ୟୁ ଜାନି, ବଦ୍ରି ନାରାୟଣ ପାତ୍ର, ସୁଶାନ୍ତ ସେଠୀ, ଟି.ରାମାରାଓ , ତ୍ରିପତୀ ସୁବୁଦ୍ଧି, ସନ୍ତୋଷ ଜାନି, ଦଣ୍ଡପାଣି ପାତ୍ର, ଶ୍ରୀଧର ସେଠୀ, ସୁଷମା ଗୌଡ଼, ଭଗବାନ ସେଠୀ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ସାମିଲ ଥିଲେ।