ଦିଗପହଣ୍ଡି ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଦିଗପହଣ୍ଡି ଥାନାରେ ଗୁରୁବାର ସନ୍ଧ୍ୟାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନାର ପ୍ରଭାବ ଯୋଗୁଁ ଗତ କିଛିଦିନ ହେଲା ବ୍ରହ୍ମପୁର ସ୍ଥିତ ରକ୍ତଭଣ୍ଡାର ରେ ରକ୍ତ ଅଭାବ ଲାଗିରହିଛି। ରକ୍ତ ଅଭାବ କାରଣରୁ ଥାଲାସେମିଆ ରୋଗୀ ହଇରାଣ ହେଉଥିବା ଜଣାପଡିଛି। ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଆଇଆଇସି ବସନ୍ତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଚିକିଟି ଏସଡିପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଉଦଘାଟନ କରିିବା ସହ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।ବହୁସଂଖ୍ୟକ ପୋଲିସ କର୍ମଚାରୀଙ୍କ ସମେତ ଆଖପାଖ ଅଞ୍ଚଳର ଯୁବକମାନେ ଶିବିରରେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ବ୍ରହ୍ମପୁର ରକ୍ତଭଣ୍ଡାରର ଭ୍ରାମ୍ୟମାଣ ଭ୍ୟାନରେ ଉପସ୍ଥିତ କର୍ମଚାରୀମାନଙ୍କ ସହାୟତା ରେ ସମୁଦାୟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।ଥାନା ଏସଆଇ ମାଧବ ଚନ୍ଦ୍ର ଟାକରି, ମଧୁସ୍ମିତା ପ୍ରଧାନ, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ