ଦିଗପହଣ୍ଡି ଦେଶୀ ମଦଭାଟି କର୍ମଚାରୀ ଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ , ଥାନାରେ ଏତଲା
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟ ରାସ୍ତାର ନିମପଲ୍ଲୀ ଗାଁ ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ର କର୍ମଚାରୀ ଜି. ଶ୍ୟାମବାବୁ ରେଡ୍ଡୀ ଙ୍କୁ ଆକ୍ରମଣ କରାଯିବା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଦାଦା ବଟି ପାଇଁ ତାଙ୍କୁ ୨ ଜଣ ଯୁବକ ଦିବାଲୋକରେ ମାଡ଼ ମାରି ଛନ୍ତି। ନିସ୍ତୁକ ମାଡ଼ରେ ସେ ଆହାତ ହୋଇଛନ୍ତି। ଚିକିତ୍ସା ପରେ ସେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାଇଛନ୍ତି। ଏତଲାକୁ ଭିତ୍ତିକରି ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ଦ୍ୱୟ ଙ୍କୁ ଚିହ୍ନଟ କରାଯାଇଛି। ସେ ଦୁହେଁ ଗିରଫ ଭୟରେ ଫେରାର ଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି। ଗତ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ଶ୍ୟାମବାବୁ ତାଙ୍କ ବାଇକ୍ ରେ ମଦଭାଟି କୁ ଯାଉଥିବା ବେଳେ ସାକ୍ଷୀ ୱାଇନ୍ ବିଦେଶୀ ମଦ ଦୋକାନ ନିକଟ ମୁଖ୍ୟ ରାସ୍ତାରେ ୨ ଜଣ ଯୁବକ ତାଙ୍କୁ ଜୋର୍ ଜବରଦସ୍ତ ଅଟକାଇ ଥିଲେ।ଜଣେ ଯୁବକ ପ୍ରଥମେ ତାଙ୍କ ସାର୍ଟ କଲର ଧରି ଗାଡ଼ି ରୁ ଟାଣି ନେଇ ଅକଥନୀୟ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ତାଙ୍କ ମୁହଁ ଓ ପେଟ,ଛାତି କୁ ବାରମ୍ବାର ବକ୍ସିଂ ମାରିଥିଲେ। ଶ୍ୟାମ ବାବୁଙ୍କ ପାଟି ଶୁଣି ମଦଭାଟି ର ଅନ୍ୟ କର୍ମଚାରୀ ଚିନ ବାବୁ, କବୀର ସାହୁ ଓ ମୁନା ସାହୁ ସେଠାକୁ ଦୋୖଡି ଆସିବାରୁ ଜଣେ ଯୁବକ ହାତରେ ଧରିଥିବା ଏକ ଧାରୁଆ ଅସ୍ତ୍ର ରେ ମାରିବାକୁ ଗୋଡ଼ାଇ ରୁ ସେମାନେ ସେଠାରୁ ଜୀବନ ଭୟରେ ଭାଟି ମଧ୍ୟକୁ ଦୋୖଡି ପଳାଇଥିଲେ। ପ୍ରତିମାସରେ ଦାଦା ବଟି ଦେବ ନହେଲେ ଦେଶୀ ମଦଭାଟି କୁ ବୋମା ପକାଇ ଉଡ଼ାଇ ଦେବୁ ବୋଲି ସେ ଦୁହେଁ ଧମକ ଦେଇଥିବା ଏତଲା ରେ ଉଲ୍ଲେଖ ରହିଛି।