ଦିଗପହଣ୍ଡି ନଗର କଂଗ୍ରେସ କମିଟି ର ନୂତନ କାର୍ଯ୍ୟକର୍ତ୍ତା ଚୟନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟ କଂଗ୍ରେସ କାର୍ଯ୍ୟାଳୟ ରେ ନବନିଯୁକ୍ତ ଗଞ୍ଜାମ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, ଜିଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ଏବଂ ଜିଲା କଂଗ୍ରେସ କମିଟି ସମ୍ପାଦକ କେ.କୁନା ଙ୍କୁ ଦିଗପହଣ୍ଡି କଂଗ୍ରେସ କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି। ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସାଙ୍ଗଠନିକ ସଭାରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ନ୍ୟାୟ ଦେବା ସହ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବୀ ରେ ପ୍ରଦେଶ କଂଗ୍ରେସ କମିଟିର ଡାକରା କ୍ରମେ ଶୁକ୍ରବାର ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ଯାଏଁ ଦିଗପହଣ୍ଡି ଠାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କୁ ସଫଳ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଦିଗପହଣ୍ଡି ନଗର କଂଗ୍ରେସ କମିଟି ସଭାପତି ଦୀପକ କୁମାର ମିଶ୍ର ଙ୍କ ସଂଯୋଜନା ରେ ସମସ୍ତ ୱାର୍ଡ କମିଟି ଗଠନ କରାଯିବା ସହ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ପୁରୁଖା କାର୍ଯ୍ୟକର୍ତ୍ତା ଭି. ଶ୍ୟାମ ସୁନ୍ଦର ରାଜୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗବନ୍ଧୁ ମିଶ୍ର,ଲବ ମହାନ୍ତି,କାଶୀନାଥ ଗୌଡ,କେଶବ ରାଓ,ସଚ୍ଚିଦାନନ୍ଦ ସାବତ,ବି. ସାହେବ ରେଡ୍ଡୀ ଙ୍କୁ କମିଟିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଚୟନ କରାଯାଇଥିବା ବେଳେ କଂଗ୍ରେସ କମିଟିର ଆଇନ ପରାମର୍ଶଦାତା ଭାବେ ରସାନନ୍ଦ ରାଉତ,ପ୍ରଦୀପ କୁମାର ମହାପାତ୍ର,ରାଜେନ୍ଦ୍ର ତ୍ରିପାଠୀ ଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା। ନଗର କଂଗ୍ରେସ କମିଟି ଉପସଭାପତି ଭାବେ ପୂର୍ବତନ କାଉନ ସିଲର ଭଗବାନ ସ୍ବାଇଁ, ୱାଇ. ରବି କୁମାର,ଡମ୍ବରୁଧର ବେହେରା, ପି. ଯୋଗୀ,ମୋହନ ରେଡ୍ଡୀ, ଏମ୍. ବିରେନ୍ଦ୍ର ସମ୍ପାଦକ – ସୁନିଳ କୁମାର ପଣ୍ଡା, ସହ – ସମ୍ପାଦକ କୈଳାସ ରଣା,ମହେନ୍ଦ୍ର କୁମାର ସାହୁ ,କୋଷାଧ୍ୟକ୍ଷ ଭାବେ ଶୁକ୍ରୁ ସେଠୀ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସରୋଜ କୁମାର ଦଳେଇ, ଗୌର ଚନ୍ଦ୍ର ପୂଜାରୀ, ଶଙ୍କର ରାଓ, ଭୀମ ଗୌଡ, ଦେବେନ୍ଦ୍ର ପଣ୍ଡା, ରବୀନ୍ଦ୍ର ନାଥ ପାଣିଗ୍ରାହୀ,ଏମ୍.ପାଣ୍ଡବ, କାଳିଆ ସେଠୀ, ବାବୁ ମହାନ୍ତି,ପଞ୍ଚାନନ ନାୟକ,ନରହରି ସେଠୀ ଙ୍କୁ ଚୟନ କରାଯାଇଥିଲା। ସେହିପରି ବାଲ୍ମୀକି ବେହେରା ଙ୍କୁ କଂଗ୍ରେସ ଅନୁସୂଚିତ ଜାତି ଜନଜାତି ସେଲ୍ ର ବ୍ଲକ ସଭାପତି ଭାବେ ଚୟନ କରାଯାଇ ଗଞ୍ଜାମ ଜିଲା କଂଗ୍ରେସ କମିଟିର ଅନୁମୋଦନ ନିମନ୍ତେ ଆଗତ ପ୍ରସ୍ତାବକୁ ସଭାରେ ପୂର୍ଣ୍ଣ ସମର୍ଥନ କରାଯାଇଥିବା ଜଣାପଡିଛି।