ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ହେଲେ ଦୀପକ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ଭାବେ ଯୁବନେତା ଦୀପକ କୁମାର ମିଶ୍ରଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ଜଣେ ଦକ୍ଷ ଯୁବ ସଂଗଠକ ଭାବରେ ଜଣାଶୁଣା ଦୀପକଙ୍କୁ ଏହି ପଦବୀ ମିଳିବା ପରେ କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି।ଏପରିକି ଦଳର ଚାଷୀ, ଶ୍ରମିକ, ମହିଳା ଏବଂ ଯୁବଛାତ୍ର ଭଳି ସମସ୍ତ ଗଣ ସଂଗଠନର କାର୍ଯ୍ଯକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଦଳକୁ ଆଗକୁ ନେବାର ଦକ୍ଷତା ମଧ୍ୟ ଦୀପକଙ୍କ ଠାରେ ରହିଛି।ନୂଆ ପଦବୀ ପାଇବା ପରେ ଦୀପକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କର କୃତଜ୍ଞତା ଜଣାଇଥିବା ବେଳେ ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପଣ୍ଡା, ଆଇନଜୀବୀ ରସାନନ୍ଦ ରାଉତ, ବରିଷ୍ଠ ନେତା ଏ.କେଶବ ରାଓ, ଚାଷୀନେତା ଏମ୍. ବାଇନାଥ, ମହିଳା ନେତ୍ରୀ ବନଜା ପଣ୍ଡା,ଯୁବନେତା ବିକାଶ ପଶୁପାଳକ ପ୍ରମୁଖ ଦୀପକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।