ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା  

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନ ରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ଙ୍କୁ ବିଦାୟ ଏବଂ ନବ ନିଯୁକ୍ତ ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି।ଦିଗପହଣ୍ଡି ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜକର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ  ସଂଯୋଜନା କରିଥିଲେ। ସଭାରେ ବିଡ଼ିଓ ମୁଖ୍ୟ ଅତିଥି ଏବଂ ତହସିଲଦାର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଉଭୟଙ୍କୁ ଉପଢୌକନ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କୈଠଖଣ୍ଡିି ପଞ୍ଚାୟତ ସରପଞ୍ଚ ତଥା ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, କରପଡ଼ା ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ସଭାରେ ବିଡ଼ିଓ ଙ୍କ କାର୍ଯ୍ୟଶୈଳୀ କର୍ତ୍ତବ୍ୟନିଷ୍ଠା ଏବଂ ସବୁ କ୍ଷେତ୍ରରେ ସରପଞ୍ଚ ମାନଙ୍କୁ ଅକୁଣ୍ଠ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସଭାରେ ଉପସ୍ଥିତ ଥିବା ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ , ଜିପିଡିଓ ଉମେଶ ସେଠୀ,ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇଂ. ଭୀମା ରାଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଜାନି, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବହୁ ସଂଖ୍ୟକ ସରପଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ