ଦିଗପହଣ୍ଡି ବିଧାନସଭା କ୍ଷେତ୍ରକୁ ନେଇ ବଢୁଛି ଉସ୍ମତା
ବ୍ରହ୍ମପୁର ଲୋକସଭା ଅଧିନରେ ଆସୁଥିବା ଦିଗପହଣ୍ଡି ବିଧାନସଭା ପାଇଁ ଜୋରଦାର ଚାଲିଛି ପ୍ରଚାର । ଆସନ୍ତା ଏପ୍ରିଲ ୧୧ରେ ହେବ ଥିବା ପ୍ରଥମ ପର୍ଯାୟ ନର୍ବାଚନ ।ସବୁ ଦଳ ନିଜର ପାର୍ଥୀ ମାନଙ୍କୁ ରଣାଙ୍ଗନକୁ ଓହ୍ଲାଇ ଥିବାବେଳେ ମୁଖ୍ୟ ଆକର୍ଷଣ ରହିଛନ୍ତି ବିଜେଡିର ବରିଷ୍ଠ ମନ୍ତ୍ରୀ ସୁର୍ଯ୍ୟ ନାରାୟଣ ପାତ୍ର ଓ ଅଭିନୟ ଦୁନିଆରୁ ନେତ୍ରୀ ପାଲଟିଥିବା ବିଜେପିର ପାର୍ଥୀ ପିଙ୍କି ପ୍ରଧାନ ଙ୍କ ମଧ୍ୟରେ ହେବ କାଣ୍ଟ କେ ଟକ୍କର । କଂଗ୍ରେସ ଏଥିମଧ୍ୟରେ ପ୍ରଥମେ ଘୋଷଣା କରିଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ଉପରେ ଆସ୍ଥା ଭାଜନ କରିଛି । ଶ୍ରୀୟୁକ୍ତ ପଣ୍ଡା କଂଗ୍ରେସର ବିଭିନ୍ନ ପଦ ପଦବୀରେ ଥିଲେ । ଏବେ ସେ କାଉନସିଲର ଅଛନ୍ତି । ଆସନ୍ତା ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଗପହଣ୍ଡି ଆସୁଥିବାରୁ କର୍ମୀଙ୍କ ମଧ୍ୟରେ ନାହି ନଥିବା ଉତ୍ସ,ାହ ଦେଖିବାକୁ ମିଳୁଛି । ଅନ୍ୟ ପଟ୍ଟେ ପିଙ୍କି ପ୍ରଧାନ ଟିକେଟ ପାଇବା ପରେ କହିଥିଲେ , ମୁଁ ନରେନ୍ଦ୍ର ମୋଦାଙ୍କ ଦୁତ ହୋଇ କାମ କରିବି । ପିଙ୍କି ଦିଗପହଣ୍ଡି ର ବୋହୁ ହୋଇଥିବାରୁ ତାଙ୍କୁ ଲୋକମାନେ ଘୋଟ ଦେଇ ନର୍ବାଚିତ କରି ବିଧାନସଭାକୁ ପଠାଇବେ ବୋଲି ସେ ବିଶ୍ୱାସ ରଖିଛନ୍ତି । ଅନ୍ୟପଟେ ସୁର୍ଯ୍ୟ ନାରାୟଣ ପାତ୍ର ୨୦୦୯ ଓ ୨୦୧୪ ନର୍ବାଚନରେ ଏଠାରୁ ଜିତି ବିଧାନସଭାକ ୁ ନର୍ବାଚିତ ହୋଇ ନବୀନ ମନ୍ତ୍ରୀମଣ୍ଡଳରେ ବରିଷ୍ଠ ମନ୍ତ୍ରୀ ଅଛନ୍ତି । ଏବେ ଦେଖିବାକୁ ରହିଲା ଦିଗପହଣ୍ଡି ବାସୀ କାହାକୁ ନର୍ବାଚିଚ କରି ବିଧାନସଭା କୁ ପଠାଉଛନ୍ତି ।


