ଦିଗପହଣ୍ଡି ବ୍ଲକ କଂଗ୍ରେସ କମିଟି ସଭାପତି ମନୋନୀତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ କଂଗ୍ରେସ କମିଟି ର ଅନୁମୋଦନ କ୍ରମେ ଦିଗପହଣ୍ଡି ବ୍ଲକ କଂଗ୍ରେସ କମିଟି ସଭାପତି ରୂପେ ଅଭିମନ୍ୟୁ ଜାନି ଙ୍କୁ ମନୋନୀତ କରାଯାଇଛି। ସଭାପତି ନିଯୁକ୍ତ ହେବା ପରେ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ସଭାପତି ଦୀପକ କୁମାର ପଟ୍ଟନାୟକ,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କୁ କୃତଜ୍ଞତା ଜଣାଇଛନ୍ତି।


