ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ବଡଡିମ୍ବୁଳା ପଞ୍ଚାୟତ ର ତଡା, ଖେମୁଣ୍ଡା, ଛଣବଗଡ଼ ୩ ଟି ଗ୍ରାମର ବହୁ ସଂଖ୍ୟକ ଆଦିବାସୀ ଭାଜପା ର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ୩ ଟି ଗାଁ କୁ ରାସ୍ତା ଓ ପାନୀୟ ଜଳ ର ସୁବିଧା ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି।ସବୁଦିନିଆ ରାସ୍ତା ନଥିବାରୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧା ଭୋଗୁଛନ୍ତି। ସେହିପରି ରୋଗୀଙ୍କୁ ଡାକ୍ତର ଖାନା ନେବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏନେଇ ପ୍ରଶାସନ ନିକଟତର ବହୁ ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ସମସ୍ୟା ଜର୍ଜରିତ ୩ ଟି ଗ୍ରାମର ଗ୍ରାମବାସୀ ମାନେ ମେଳିବାନ୍ଧି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ ଦାବି ପୁରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ଉପସ୍ଥିତ ନଥିବା ଯୋଗୁଁ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକରୀ ପ୍ରଶାନ୍ତ ରଥଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ୨ ମାସ ମଧ୍ୟରେ ଦାବି ପୁରଣ କରାନଗଲେ ଗ୍ରାମବାସୀ ଙ୍କ ପକ୍ଷରୁ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀକାନ୍ତ ପାଢ଼ୀ ଚେତାବନୀ ଦେଇଛନ୍ତି ।