ଦିଗପହଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ଆଲୋଚନା ସଭା ଶନିବାର  ପାଣି ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ସଂଘର ଉପସଭାପତି ଉପେନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଭାପତି ରାଜେନ୍ଦ୍ର କୁମାର ଗୌଡ ସଭାପତିତ୍ବ କରିଥିବା ବେଳେ ଆଇନ ପରାମର୍ଶଦାତା ହରପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇଥିଲେ।ମୂଖ୍ଯତଃ ସରକାରଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା ଉପରେ ଆଲୋଚନା କରାଯାଇ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏଥିରୁ ବଞ୍ଚିତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କ୍ଷୋଭର ସହ ମତ ପ୍ରକାଶ ପାଇଥିଲା।ତେଣୁ ବୈଠକରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହେବା ସଙ୍ଗେସଙ୍ଗେ ପାତରଅନ୍ତର ନୀତି ପରିହାର କରି ତୁରନ୍ତ  ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରାନଗଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନିଆଯାଇଥିଲା।ଶିକ୍ଷକ ସମାଜର ସାମୁହିକ ସ୍ବାର୍ଥ ହାସଲ ଦିଗରେ ସମସ୍ତ ସଂଘ ଏକ ହୋଇ ମିଳିତ ଆନ୍ଦୋଳନ କଲେ ଦାବି ହାସଲ ସହଜ ହେବ ବୋଲି ସଭାପତି ରାଜେନ୍ଦ୍ର ଗୌଡ କହିବା ସହ ଆବଶ୍ୟକ ସ୍ଥଳେ ଗଞ୍ଜାମ ଜିଲ୍ଲା ଏନପିଏସ ଶିକ୍ଷକ ସଂଘ ରାଜ୍ୟର ନେତୃତ୍ବ ନେବାକୁ ପ୍ରସ୍ତୁତ ଥିବା ମଧ୍ୟ ସୂଚାଇ ଦେଇଥିଲେ।ବୈଠକରେ ସମ୍ପାଦକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସାଂଗଠନିକ ସମ୍ପାଦକ ଦୀନବନ୍ଧୁ ପାତ୍ର, ଉପଦେଷ୍ଟା ସୁଧାଂଶୁ ଶେଖର ପଣ୍ଡା, ଶିବରାମ ପ୍ରଧାନ, ବିଜୟ କୁମାର ପ୍ରଧାନ, ହୃଷିକେଶ ଗୌଡ, ପି. ଜଗଦୀଶ ଦୋରା, କୋଷାଧ୍ୟକ୍ଷ ଇ.ସିମାଦ୍ରି ପାତ୍ର, ଚନ୍ଦ୍ର ଶେଖର ବାଡତ୍ଯା, ସୁରେନ୍ଦ୍ର ନାଥ ଦାଶ, ଦିବାକର ପଣ୍ଡା, ଉପେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଟୁକୁନା ଭୂୟାଁ, ଗୀତାଞ୍ଜଳି ଦେବୀ, କୃଷ୍ଣଚନ୍ଦ୍ର ପାତ୍ର, ବଳରାମ ଦୋରା, ସୁଦର୍ଶନ ସେଠୀ, ଅନିତା କୁମାରୀ ପାତ୍ର, ବି. ବନମାଳୀ, ଭାଗ୍ଯଲକ୍ଷ୍ମୀ ପାଣିଗ୍ରାହୀ, ବଳରାମ ବେହେରା ପ୍ରମୁଖ ଶତାଧିକ  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ