ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ ଙ୍କ ପରଲୋକ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧ୍ଯକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ମାତ୍ର ୨୭ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ଗତ ପଞ୍ଚାୟତ ନିର୍ବାଚନରେ ସେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ସମିତି ସଭ୍ୟା  ଭାବେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହେବାପରେ ବ୍ଳକ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।  ସେ ଥାଲାସେମିଆ ( ରକ୍ତ ଶିକୁଳି) ଭଳି ରୋଗରେ ପୀଡିତ ହୋଇ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରି ଆସୁଥିଲେ । ଶୁକ୍ରବାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ କ୍ଳିନିକରେ ଚିକିତ୍ସା ହେବାପରେ ସୁସ୍ଥତା ଅନୁଭବ କରିବାରୁ ଘରକୁ ଫେରି ଆସିଥିଲେ ।  ରବିବାର ଅପରାହ୍ନରେ ପୁଣି ଗୁରୁତର ହେବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଉପସ୍ଥିତ ଡାକ୍ତର ଅଧ୍ଯକ୍ଷାଙ୍କୁ ମୃତ ଘୋଷଣା କରିଥିଲେ ।  ଏଭଳି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦିଗପହଣ୍ଡି ବିଡ଼ିଓ ଡ଼. ଚିତ୍ତରଞ୍ଜନ ଦାସ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ପୂର୍ବତନ ସରପଞ୍ଚ  କେ. ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ନଗର ବିଜେଡି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ସାମାଜିକ କର୍ମୀ ସିମାଞ୍ଚଳ ପଣ୍ଡା, ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅସିତ ସାହୁ , ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ନଗର କଂଗ୍ରେସ ସଭାପତି ତଥା ଏନ୍ ଏ ସି କାଉନସିଲର ଦୀପକ କୁମାର ମିଶ୍ର , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ସୀମା ପାତ୍ର , ଜିଲା ପରିଷଦ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡ , ସରପଞ୍ଚ ରଞ୍ଜନ ସାହୁ , ପୂର୍ବତନ ଏନ୍ ଏ ସି ନଗରପାଳ ଭି . ରବିନାରାୟଣ ରାଜୁ , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ରବିଚନ୍ଦ୍ର ଗୈାଡ ଙ୍କ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ସମେତ ବହୁ ଜନ ପ୍ରତିନିଧି , ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନ ରେ ପହଞ୍ଚି ସ୍ବର୍ଗତ ଅଧ୍ଯକ୍ଷାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ରାତି ପ୍ରାୟ ୮ ଟାରେ ତାଙ୍କ ମରଶରୀର କୁ ଏକ ଶୋଭାଯାତ୍ରା ରେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଦଳୀୟ କାର୍ଯ୍ୟାଳୟ ଏବଂ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ କୁ ଅଣାଯାଇଥିଲା। ସେଠାରେ ଉପସ୍ଥିତ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ,କର୍ମୀ,ସରକାରୀ ପଦାଧିକାରୀ ତାଙ୍କ ଶବାଧାର ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।  ଶୋକାକୁଳ ପରିବେଶ ମଧ୍ୟରେ  ଗୋକର୍ଣ୍ଣପୁର ଗ୍ରାମ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ