ଦିଗପହଣ୍ଡି ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ବୁଧବାର କୋର୍ଟ ପରିସରରେ ବୁଧବାର  ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ର ଅଧ୍ୟକ୍ଷା ପ୍ରିୟଦର୍ଶିନୀ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଯୋଗ ଶିବିରରେ କୋର୍ଟ ର ସମସ୍ତ କର୍ମଚାରୀ ଏବଂ ବହୁ ସଂଖ୍ୟକ ଆଇନଜୀବି ଉପସ୍ଥିତ ରହି ଯୋଗ ଓ ପ୍ରାଣାୟାମ କରିଥିଲେ।  ଭାରତୀୟ ଯୋଗ ଦର୍ଶନ ଏବଂ ଯୋଗର ଉପଯୋଗିତା ବିଷୟରେ ମାଜିଷ୍ଟ୍ରେଟ ଆଲୋକପାତ କରିଥିଲେ । ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ,ଓକିଲ ସଂଘର ପୂର୍ବତନ ସମ୍ପାଦକ ହରପ୍ରସାଦ ରଥ ବିଭିନ୍ନ ଯୋଗ ପ୍ରାଣାୟାମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। କୋର୍ଟ କର୍ମଚାରୀ ଶିବରାମ ସାହୁ,ଅଞ୍ଜଳି ମହାରଣା,ସତ୍ୟନାରାୟଣ ପାଢ଼ୀ,ସଂଗ୍ରାମ କେଶରୀ ପଣ୍ଡା,ଅଶ୍ଵିନୀ କୁମାର ପଟ୍ଟନାୟକ,ସସ୍ମିତା ମହାରଣା,ପୂର୍ଣ୍ଣଚନ୍ଦ୍ର ପାତ୍ର,ବିକ୍ରମ ବେହେରା, ଓ ପୋଲିସ କର୍ମଚାରୀ ଗୀତା ସେଠୀ,ଗଣେଶ ନାହାକ, ଚେନେୟା ରେଡ୍ଡୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ