ଦିଗପହଣ୍ଡି ରେ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ : ବିଧାୟକଙ୍କ ଯୋଗଦାନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ସୋମବାର ବିଜେପି ପକ୍ଷରୁ  ମଣ୍ଡଳ ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂକଳ୍ପ ଅଭିଯାନ ସଂଯୋଜକ ଗୈାତମ ମହାରଣାଙ୍କ ସଂଯୋଜନାରେ ଆୟୋଜିତ କର୍ମଶାଳାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସ୍ବଦେଶୀ ଜିନିଷ ବ୍ୟବହାର ଏବଂ ତାହାର ଉପଯୋଗୀ କିପରି କରିବା ।ଗ୍ରାମାଞ୍ଚଳରେ ଏହାର ପ୍ରଚାର ପ୍ରସାର କରିବା ସହ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ସବିଶେଷ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା , ବିଜେପି ଭୀଷ୍ମଗିରି ମଣ୍ଡଳ ଉପସଭାପତି ଟୁକୁନା ସାହୁ , ଭାଜପା କର୍ମକର୍ତ୍ତା ଦେବ ଗୈାଡ , ଟୁନା ଚୌଧୁରୀ, ସିମାଞ୍ଚଳ ସାସମଲ ,ଶକ୍ତି ପ୍ରସାଦ ପାତ୍ର ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି କର୍ମଶାଳା ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ