ଦିଗପହଣ୍ଡି ରେ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜାତୀୟ କନ୍ଯା ସନ୍ତାନ ସପ୍ତାହ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୂଲ୍ୟରେ ଅନୁଷ୍ଠିତ pସଭାରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ଅଧ୍ଯକ୍ଷତା କରିଥିବା ବେଳେ ଅଙ୍ଗନୱାଡ଼ି ସୁପ୍ରଭାଇଜର ଭାଗ୍ଯଲତା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ, ବ୍ଲକ ଅଧ୍ଯକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବିଡିଓ ହଳଧର ଶବର, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଏବଂ ଏବିଇଓ ରସାନନ୍ଦ ଘଡେଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ବାଲ୍ଯ ବିବାହ ବନ୍ଦ କରିବା, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣରୁ ଦୂରେଇ ରହିବା, ପୁତ୍ର ଏବଂ କନ୍ୟା ସନ୍ତାନ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବା, କନ୍ୟା ସନ୍ତାନ ମାନଙ୍କ ଉପଯୁକ୍ତ ଯତ୍ନ ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେଇ ଶିକ୍ଷିତ କରାଇବା ଭଳି ବିଭିନ୍ନ ବିଷୟ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ।ସଭା ପୂର୍ବରୁ ଅଙ୍ଗନୱାଡ଼ି ସୁପ୍ରଭାଇଜର ସଞ୍ଜୁଲତା ପାଣିଗ୍ରାହୀ, ଲିଜା ସେଠୀ, ‘ସାଧନା’ ମହିଳା ସଂଘ ସଭାନେତ୍ରୀ ପି.ବିଜୟଲକ୍ଷ୍ମୀ, ଗାୟତ୍ରୀ ପାତ୍ର, ରୋଜି ପ୍ରଧାନଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ଆଇସିଡିଏସ ପ୍ରକଳ୍ପ କାର୍ଯ୍ୟାଳୟ ରୁ ବାହାରି ବ୍ଲକ କାର୍ଯ୍ଯାଳୟରେ ପହଞ୍ଚିଥିବା ବେଳେ ଏଥିରେ ଅନ୍ୟ ସମସ୍ତ ଅଙ୍ଗନୱାଡ଼ି ସୁପ୍ରଭାଇଜର ଙ୍କ ସମେତ ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ ଅଂଶ ଗ୍ରହଣ କରିଥିଲେ।


