ଦିଗପହଣ୍ଡି ରେ ବିଜେପିର ବିକ୍ଷୋଭ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ରେ ରବିବାର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦେଖାଳୀ ଗ୍ରାମର ଦଳିତ ଛାତ୍ରୀ ପ୍ରମୋଦିନୀ ହତ୍ଯା ମାମଲାରେ ଦୋଷୀକୁ ତୁରନ୍ତ ଖୋଜି ବାହାର କରିବା, ନୟାଗଡ ପରୀ ହତ୍ଯାକାଣ୍ଡ ମାମଲାରେ ନିରପେକ୍ଷ ତଦନ୍ତ ପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଥମେ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଏବଂ ଉଭୟ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବା ଦାବିରେ ସ୍ଥାନୀୟ ପୁଞ୍ଜି କଁ ୟା ଚାରି ଛକ ଠାରେ ଏହି ବିକ୍ଷୋଭ କରାଯାଇଥିଲା।ଏଥିରେ ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜ, ଶ୍ରୀକାନ୍ତ ପାଢ଼ୀ, ପରେଶ ଚନ୍ଦ୍ର ରଥ, ଭବାନୀ ଶଙ୍କର ପଣ୍ଡା, ସିଦ୍ଧାନ୍ତ ଗଙ୍ଗଦେବ, ବାବୁଲା ପାତ୍ର, ଶିବପ୍ରସାଦ ପୂଜାରୀ,ଟୁନା ଚୌଧୁରୀଙ୍କ ସମେତ ମୃତା ପ୍ରମୋଦିନୀର ପରିବାର ବର୍ଗ ଓ ବହୁ ଦଳୀୟ ସମର୍ଥକ ଅଂଶ ଗ୍ରହଣ କରିଥିଲେ।ପରେ ଘୋଡ଼ା ହାଡ଼ ଡ଼୍ୟାମ ରାସ୍ତାର ରିଝର ଆମ୍ବତୋଟା ଠାରେ ଦଳର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।