ଦିଗପହଣ୍ଡି ରେ ମାଁ ଶ୍ୟାମାକାଳୀ ପୂଜା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ସାନବ୍ରାହ୍ମଣ ସାହିରେ ୩୦ ତମ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଛି। ପୂଜା ମଣ୍ଡପରେ ପୂଜିତ ପାଉଛନ୍ତି ମାଁ  ।  ଚଳିତ ବର୍ଷ  ପୂଜା କମିଟି ପକ୍ଷରୁ କାର୍ତ୍ତିକ  କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରୁ ମାଁ ଶ୍ଯାମାକାଳୀଙ୍କ ପୂଜା ୩ ଦିନ ଧରି  ବୈଦିକ ରୀତି ନୀତି ରେ ଆୟୋଜିତ ହୋଇଆସୁଛି । ପଣ୍ଡିତ ବାବୁଲା ପାଢୀଙ୍କ ଉପସ୍ଥିତି ରେ ବିଲ୍ବବରଣ ଓ ଗଙ୍ଗା ଆବାହନ ପରେ ମାଁ ଶ୍ଯାମାକାଳୀଙ୍କ ପୂଜା ବିଧାନ ଓ ଚଣ୍ଡିପାଠ , ହୋମଯଜ୍ଞ ଆଦି ପୂଜାର୍ଚ୍ଚନା କରାଯାଉଥିବା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୂଜା ମହୋତ୍ସବ ୫ ଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ପୂଜା କମିଟି ସଭାପତି ଭଗବତୀ ପ୍ରସାଦ ମିଶ୍ର , ଉପ ସଭାପତି ଗୋପାଳକୃଷ୍ଣ ମେକାପ , ସମ୍ପାଦକ ରବିନ୍ଦ୍ର ଡାକୁଆ , କୋଷାଧ୍ୟକ୍ଷ ବସନ୍ତ କୁମାର ମିଶ୍ର , ଶ୍ୟାମା ଚରଣ ମେକାପ, ସନ୍ଥଶ୍ରୀ ଦେବଦତ୍ତ ମେକାପ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମ ପରିଚାଳନା କରି ଆସୁଥିବା ବେଳେ ସାହି ବାସିନ୍ଦା ସମ୍ପୂର୍ଣ୍ଣ ସହଯୋଗ  କରୁଛନ୍ତି । ମାଁ ଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ଼ ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ