ଦିଗପହଣ୍ଡି ରେ ମୋ ସହର ମୋ ସ୍ୱାଭିମାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୁଧବାର ସକାଳେ ମୋ ସହର ମୋ ସ୍ୱାଭିମାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ସହରର ବୁଦ୍ଧିଜିବୀ, ଅଙ୍ଗନବାଡି କର୍ମୀ ଓ ସହାୟିକା, ଆଶା କର୍ମୀ, ମହିଳା କର୍ମୀ ଓ ବିଜୁ ଯୁବ ବାହିନୀ ସଦସ୍ୟମାନଙ୍କ ସହିତ ଏନଏସି କର୍ମଚାରୀ ମାନେ ସାମିଲ ହୋଇ ଏନଏସି ଅଫିସ୍ ଠାରୁ ଏକ ସଚେତନତା ଶୋଭାଯାତ୍ରା ଏବଂ ସଫେଇ ଆରମ୍ଭ କରିଥିଲେ । ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନା ସବୁ ସଫେଇ କରିଥିଲେ । ଏନଏସି ପକ୍ଷରୁ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯାଇଥିବା ଉଭୟ ନୀଳ ଏବଂ ସବୁଜ ବାଲ୍ଟି ଗୁଡିକରେ ଅଳିଆ ଅବର୍ଜନା ଗଚ୍ଛିତ ରଖି ତାହାର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ଏବଂ ପ୍ଲାଷ୍ଟିକ୍ ଓ ପଲିଥିନ୍ ଜନିତ ବର୍ଜ୍ୟ ବସ୍ତୁ ସବୁକୁ ପୃଥକ ପୃଥକ ଭାବେ ଗଚ୍ଛିତ ରଖିବାକୁ କୁହାଯାଇଥିଲା । ପରେ ସେ ଗୁଡିକୁ ଏନଏସି ପକ୍ଷରୁ ଦୈନିକ ସହର ପରିକ୍ରମା କରି ସଂଗ୍ର କରୁଥିବା ଆବର୍ଜନା ଗାଡିରେ ପକାଇଦେବାକୁ ଜନସଚେତନତା ସୃଷ୍ଟି କରାଯାଇଥିଲା । ବୁଧବାର ଉକ୍ତ ସଫେଇ କାର‌୍ୟ୍ୟକ୍ରମରେ ଉଦୟନାଥ ସ୍ୱାଇଁ, ପ୍ରମୋଦ ପାଣିଗ୍ରାହୀ, ମାଗି ସେଠୀ, ଦିବାକର ଜେନା, ଆର୍ଆଇ ରତ୍ନାକର ସ୍ୱାଇଁ, ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ପୂର୍ବତନ କାଉନ୍ସିଲର୍ ନୀରୁପମା ପଟ୍ଟନାୟକ, ନୀଳକଣ୍ଠ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ୟାଙ୍କ୍ ଗୁଡିକର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ