ଦିଗପହଣ୍ଡି ରେ ରାମକୃଷ୍ଣ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି  ହାଇସ୍କୁଲ ଖେଳପଡିଆ ଠାରେ ଶୁକ୍ରବାର  ରାମକୃଷ୍ଣ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଜଣାପଡ଼ିଛି । ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ଆୟୋଜିତ ଉଦଘାଟନି ଉତ୍ସବରେ  ସନ୍ଥଶ୍ରୀ ଦେବଦତ୍ତ ମେକାପ ମୁଖ୍ୟଅତିଥି , ଗୋପାଳକୃଷ୍ଣ ମେକାପ , ସଞ୍ଜୟ ପାଣିଗ୍ରାହୀ , ଅରୁପ ଚୌଧୁରୀ , ଅନ୍ତର୍ଯ୍ୟାମୀ ମିଶ୍ର , ଚିତ୍ତରଞ୍ଜନ ପାଣିଗ୍ରାହୀ , ଏସ୍ . ଅଜୟ ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଭଲିବଲ ଖେଳାଳୀ ରାମକୃଷ୍ଣଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏଥିସହ ଅତିଥିବୃନ୍ଦ ଭଲିବଲ  ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା ପ୍ରତିଯୋଗିତା ର ଶୁଭାରମ୍ଭ କରିଥିଲେ । ଉଦଘାଟନୀ ମ୍ୟାଚରେ ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମ୍  ଗଜପତି ଜିଲ୍ଲା ଡମ୍ବାଳ ଗ୍ରାମ ଭଲିବଲ ଟିମ୍ କୁ ୨-୦ ସେଟରେ  ପରାସ୍ତ କରି ପରବର୍ତ୍ତୀ ମ୍ୟାଚ୍ କୁ ଉନ୍ନୀତ ହୋଇଥିବା  ଜଣାପଡ଼ିଛି । ନୂଆପଡ଼ା ହାଇସ୍କୁଲ କ୍ରୀଡା ଶିକ୍ଷକ ଜଗନ୍ନାଥ ପ୍ରସାଦ ମ୍ୟାଚ୍ ରେଫେରି ଥିବା ବେଳେ  ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର , ସମ୍ପାଦକ ବିକାଶ ପଶୁପାଳକ , କୋଷାଧ୍ୟକ୍ଷ କେ . କୁନା , ସାମାଜିକ କର୍ମୀ  ଶିବଶଙ୍କର ମହାଙ୍କୁଡ , ଏ . ଗୋବିନ୍ଦ , କୁରେଶୁ ମହାରଣା , ବାରିକ ବେହେରା , ନରେନ୍ଦ୍ର ସାହୁ , ଆର୍ . ମୁନା , ଶିବଶଙ୍କର ବେହେରା , ଶିବାଶିଷ ବିଷୋୟୀ , ଲୋକନାଥ ପାଣିଗ୍ରାହୀ , ଏ . ସାକିିିିଲି , ଶିବରୁଦ୍ର ନାୟକ ଙ୍କ ସମେତ କ୍ଳବ୍ ର ବହୁ ସଦସ୍ୟ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିବାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ