ଦିଗପହଣ୍ଡି ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ଶୁଭଶ୍ରୀ ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ ଲୋକ ଅଦାଲତରେ ସମାଧାନ ୨ ଇ ପି ୨ ଡେଥ ୨ ଫାଇନାଲ ୬ ଟି ଆଦି ୧୨ ଟି ମାମଲା ର ଶୁଣାଣି କରାଯାଇଥିଲା । ମୁଖ୍ୟ କିରାଣି ନିରଞ୍ଜନ ବେହେରା, ବରିଷ୍ଠ କିରାଣି ଜିତେନ୍ଦ୍ର ମଲିକ, ସରକାରି ଓକିଲ ଦୀପକ କୁମାର ସେଠି, ସତ୍ୟନାରାୟଣ ରଥ, ଓକିଲ ସୁରେଶ ଚନ୍ଦ୍ର ସାହୁ, ଚନ୍ଦ୍ରଧ୍ଵଜ ସିଂ, ପ୍ରଶାନ୍ତ କୁମାର ଡାକୁଆ, ସଞ୍ଜୟ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟର୍ଶିନୀ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରିଗୋଟି ଫୌଜଦାରୀ ମାମଲା ର ଫୈଇସଲା କରାଯାଇଥିଲା। ଏଥିରେ ଏସ ବି ଆଇ ଦିଗପହଣ୍ଡି ପକ୍ଷରୁ ୧୦ ଗୋଟି ଋଣ ପ୍ରଦାନ ମାମଲାରେ ୨,୫୦୦୦୦ ଟଙ୍କା ଆଦାୟ କରାଯାଇ ସେଗୁଡିକୁ ଫୈଇସଲା କରାଯାଇଥିଲା।ଲୋକ ଅଦାଲତ ପରିଚାଳନାରେ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରୁଥିବା ବେଳେ ବିଚାର ବିଭାଗୀୟ କର୍ମଚାରୀ ଭିକାରୀ ବେହେରା, ସତ୍ୟନାରାୟଣ ପାଢ଼ୀ, ରଞ୍ଜିତ କୁମାର ବେହେରା, ବିକ୍ରମ ପ୍ରଧାନ, ଅଞ୍ଜଳି ମହାରଣା, ପୂର୍ଣ୍ଣଚନ୍ଦ୍ର ପାତ୍ର, କାଳିଆ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।