ଦିଗପହଣ୍ଡି ରେ ଶହୀଦ ଦିବସ ପାଳନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂ, ସୁକଦେବ ଏବଂ ରାଜଗୁରୁ ଙ୍କ ବଳିଦାନ ଦିବସ ଅବସରରେ ଶହୀଦ ଦିବସ ପାଳନ କରାଯାଇଥିଲା।ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା।୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଭାରତର ଜନସାଧାରଣ ଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ବ୍ରିଟିଶ ସରକାର ୩ ଜଣ ସ୍ବାଧୀନତା ସଂଗ୍ରାମୀ ବିପ୍ଳବୀ ମାନଙ୍କୁ ଫାଶୀ ଖୁଣ୍ଟ ରେ ଝୁଲାଇ ଦେଇଥିଲେ। ସେମାନଙ୍କ ଜୀବନୀ ସମ୍ପର୍କରେ ଛାତ୍ର,ଯୁବକ,ମହିଳା,କୃଷକ ଏବଂ ସମସ୍ତ ଜନସାଧାରଣ ଆଲୋଚନା କରିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ବାବୁଲା ରେଡ୍ଡୀ,କାଳୁ ଚରଣ ବାଡ଼ ତ୍ୟା, ବନମାଳି ଜେନା,ଅଜିତ କୁମାର ସେଠୀ ଙ୍କ ସମେତ ବହୁ ସଂଖ୍ୟକ ଯୁବ ଛାତ୍ର,ବ୍ୟବସାୟୀ ଏହି ସଭାରେ ଉପସ୍ଥିତ ଥିଲେ।


