ଦିଗପହଣ୍ଡି ଶ୍ରମିକ ସଙ୍ଗଠନର ପ୍ରତିବାଦ ଦିବସ

ଦିଗପହଣ୍ଡି, (ଓ୍ୱାଇଏନ୍‌ଏସ୍ ) : ଦିଗପହଣ୍ଡି ଠାରେ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ( ଏ ଆଇ ଟି ୟୁ ସି) ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ପ୍ରତିବାଦ ଦିବସ ପାଳନ କରାଯାଇଛି। ଏ ଆଇ ଟି ୟୁ ସି ଜାତୀୟ ସମ୍ପାଦକ ମଣ୍ଡଳୀ ର ଡାକରା କ୍ରମେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଏ ଆଇ ଟି ୟୁ ସି କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶ୍ରମିକ ସଙ୍ଗଠନ ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଶ୍ରମ ଆଇନ କୁ କାର୍ଯ୍ୟକାରୀ ନ କରିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି।ଏହା ଦ୍ୱାରା ଶ୍ରମିକ ମାନଙ୍କ ଜୀବନ ଜୀବିକାର ସୁରକ୍ଷା ବି ପନ୍ନ ହେ ବ। ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଅବସ୍ଥା ଦୟନୀୟ ହୋଇପଡିବ ବୋଲି ସେ ତାଙ୍କ ଉଦବୋଧନ ରେ କହିଥିଲେ। କରୋନା ପରି ବିଶ୍ଵ ମହାମାରୀ ସମୟରେ ଶ୍ରମିକ ଶ୍ରେଣୀ ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ବିଭିନ୍ନ ରାଜ୍ୟରେ ଦୁଃଖ ଦୁର୍ଦ୍ଦଶାରେ ପଡ଼ି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ସରକାର ଫେରିବାର ବ୍ୟବସ୍ଥା କରନ୍ତୁ।ବିନା ସରକାରୀ କାର୍ଡ ରେ ସମସ୍ତ ଶ୍ରମିକ ମାନଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉ।ଶ୍ରମିକ ପରିବାରଙ୍କୁ ରନ୍ଧନ ଗ୍ୟାସ ଉଜ୍ଜଳା ଯୋଜନାରେ ସାମିଲ କରାଯାଉ।ଶ୍ରମିକଙ୍କ ମଜୁରୀ କାଟ ବନ୍ଦ ହେଉ। କଳ କାରଖାନା ମାନଙ୍କରୁ କାହାରିକୁ ଛଟେଇ କରା ନଯାଉ।ଶ୍ରମ ନିର୍ଘଣ୍ଟ ରେ କୌଣସି ବୃଦ୍ଧି କରାନଯାଇ ଶ୍ରମିକଙ୍କ ନିଯୁକ୍ତି ସୁରକ୍ଷାକୁ ସୁନିଶ୍ଚିତ କରାଯାଉ। ଆଶା ଅଙ୍ଗନୱାଡ଼ି କର୍ମୀ ସମେତ ତୃଣମୂଳ ସ୍ତରରେ ସମ୍ମୁଖ ଭାଗରେ ରହି କୋଭିଡ – ୧୯ ବିରୋଧରେ ଲଢ଼ୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯିବା ପ୍ରଭୃତି ୧୩ ଦଫା ଦାବି ପୂରଣ ପାଇଁ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ସଭାରେ ବିମଳ କାନ୍ତ ମିଶ୍ର, ବି. ବାଲାଜୀ ରେଡ୍ଡୀ,ସିପୁନ ପାଢ଼ୀ,ସଞ୍ଜୟ ସ୍ବାଇଁ,ଭଗବାନ ରେଡ୍ଡୀ,ଏସ. ଦୁର୍ଯ୍ୟୋଧନ,ବୁଲୁ ପଣ୍ଡା, ହରିକୃଷ୍ନ ଗୌଡ, ଜଗନ୍ନାଥ ପଣ୍ଡା,ରାଧାକୃଷ୍ଣ ବେହେରା,ମୂଷା ବେହେରା, ଅରକ୍ଷିତ ସେଠୀ,ସୂର୍ଯ୍ୟନାରାୟଣ ବେହେରା, ତ୍ରିନାଥ ନାୟକ,ସୁରେନ୍ଦ୍ର ସାହୁ, ସିମାଞ୍ଚଳ ସାହୁ,ଅଜିତ କୁମାର ମହାନ୍ତି,ଅମର ନାଥ ମହାପାତ୍ର, ଆନନ୍ଦ ଦୋରା,ସୀମା ବେହେରା,ଅଶ୍ୱିନୀ କୁମାର ବିଷୋୟୀ, ସିମାଞ୍ଚଳ ପାଢ଼ୀ,ମାଧବ ମହାରଣା, କେ. ଗଣେଶ ପ୍ରମୁଖ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ