ଦିଗପହଣ୍ଡି ସହରକୁ ପାନୀୟ ଜଳ ଯୋଗାଣ ବନ୍ଦ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହର କୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀ ରୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିବା ବେଳେ ବୁଧବାର ସନ୍ଧ୍ୟାରୁ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ସହର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲୋକେ ଦୂର ଦୂରାନ୍ତ ରୁ ନଳକୂପ ରୁ ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ମଉଳାଭଞ୍ଜା ଗ୍ରାମ ନିକଟରେ ରାଇଜିଂ ମୁଖ୍ୟ ପାଇପ ଫାଟି ଯିବାରୁ ଜଳ ଯୋଗାଣ ବନ୍ଦ ଥିବା ଦିଗପହଣ୍ଡି ଜନସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ବିଭାଗ ପି ଏଚ ଡି ଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା କହିଛନ୍ତି।ବୁଧବାର ସନ୍ଧ୍ୟା ରୁ ସହରକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ବେଳେ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ୨ ଟି ଟ୍ୟାଙ୍କର ଯୋଗେ ସହର ର ବିଭିନ୍ନ ସାହି ବାସିନ୍ଦା ଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଭାଙ୍ଗି ଯାଇଥିବା ରାଇଜିଂ ପାଇପ ମରାମତି କରାଯାଇଛି। ଶୁକ୍ରବାର ଭୋର ରୁ ସହରକୁ ପାଇପ ଯୋଗେ ନିୟମିତ ଜଳଯୋଗାଣ କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ