ଦିଗପହଣ୍ଡି ହରିପ୍ରିୟା ଆଶ୍ରମ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସଭାଗୃହ ରେ  ଦିଗପହଣ୍ଡି ର ମା’ ହରିପ୍ରିୟା ଆଶ୍ରମ ପକ୍ଷରୁ ରବିବାର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଆଶ୍ରମ ମୂଖ୍ୟ ସନ୍ଥ ଦେବଦତ୍ତ ମହାରାଜଙ୍କ ସଭାପତିତ୍ୱ ଏବଂ ଖବରଦାତା ତଥା ଦିଗପହଣ୍ଡି ପ୍ରେସ କ୍ଲବ ସମ୍ପାଦକ ଗୋପାଳ କୃଷ୍ଣ ମଲ୍ଲିକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ଡେପୁଟି କମିଶନର ଅଦୈତ କୁମାର ସ୍ବାଇଁ ମୂଖ୍ଯଅତିଥି, ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ କୁରେଶୁ ପଣ୍ଡା ମୂଖ୍ଯବକ୍ତା, ବିଡ଼ିଓ ଡ.ଚିତ୍ତରଞ୍ଜନ ଦାସ, ଆଇନଜୀବି ତଥା ଦିଗପହଣ୍ଡି ପ୍ରେସ କ୍ଲବ ସଭାପତି ଅଶେଷ ନାଥ ମିଶ୍ର, ହରପ୍ରସାଦ ରଥ ଏବଂ ବରିଷ୍ଠ ସାମ୍ବାଦିକ ନୀଳମାଧବ ପରମଗୁରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ହରିପ୍ରିୟା ଆଶ୍ରମ ମୂଖ୍ୟ ସନ୍ଥ ଦେବଦତ୍ତ ମହାରାଜଙ୍କ ନିଃସ୍ୱାର୍ଥପର ସମାଜସେବା, ବନ୍ଧୁ ଦର୍ଶନ କାର୍ଯ୍ୟକ୍ରମ ଏବଂ ସମାଜ କଲ୍ଯାଣ ନିମନ୍ତେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଭଳି ବିଭିନ୍ନ ବିରଳ କାର୍ଯ୍ଯାବଳୀକୁ ଅତିଥି ବୃନ୍ଦ ପ୍ରଶଂସା କରିଥିଲେ।ଏହାପରେ ଉପସ୍ଥିତ ଥିବା ଦିଗପହଣ୍ଡି, ସାନଖେମୁଣ୍ଡି ଓ କୁକୁଡାଖଣ୍ଡି ବ୍ଲକର ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ମହାପ୍ରସାଦ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସାମାଜିକ କର୍ମୀ ଗୋପାଳ କୃଷ୍ଣ ମେକାପ,ସଞ୍ଜୟ କୁମାର ପାଣିଗ୍ରାହୀ, ଖବରଦାତା ରବିନ୍ଦ୍ର ଡାକୁଆ, ଭବାନୀ ଶଙ୍କର ପଣ୍ଡା, ସଞ୍ଜୀବ କୁମାର ପାତ୍ର, ଶିବ ପ୍ରସାଦ ରଥ, କୁରେଶୁ ମହାରଣା, କିରଣ କୁମାର ବେହେରା, ଶଙ୍କର ସ୍ବାଇଁ, ଦିଗାମ୍ବର ମହାରଣା, ବିରୋତ୍ତମ ସାହୁ, ବିନାୟକ ଦାଶ, ବିଜୟ କୁମାର ପ୍ରଧାନ, ପଦ୍ମଲୋଚନ ପାଣିଗ୍ରାହୀ, ନାରାୟଣ ସେଠୀ, ଈଶ୍ୱର ସେଠୀ, ପି.କୃଷ୍ଣମୂର୍ତ୍ତି, ଅମୀର ଦଳାଇ, ହିମାଂଶୁ ଶେଖର ପାଢୀ, ଉଷା କାନ୍ତ ପାତ୍ର, ପ୍ରତାପ କୁମାର ସାହୁ, ମନୋଜ କୁମାର ପାତ୍ର, ପ୍ରଫୁଲ୍ଲ ସାବତ, ଜିତେନ୍ଦ୍ର ଗୌଡ, ଅଶୋକ କୁମାର ସାହୁ, ଶ୍ରୀନିବାସ ପାତ୍ର, ପ୍ରତାପ କୁମାର ସାହୁ, ଉପେନ୍ଦ୍ର ଦୋରା, ପପୁ ରଣା, ରଞ୍ଜନ କୁମାର ସେଠୀ, ନାଗେଶ କୁମାର ରେଡ୍ଡୀ, ଇ.ରଞ୍ଜନ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ