ଦିଗହରା ହେଉଛି ମୋ ସେବା କେନ୍ଦ୍ର : ରୋଜଗାର ଦେବା ବଦଳରେ ଲୁଟୁଛି “ସହଜ” ସଂସ୍ଥା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଲୋକାର୍ପିତ ହେବାର ୭ମାସ ପରେ ମଧ୍ୟ ଆଗେଇ ପାରୁନି ମୋ ସେବା କେନ୍ଦ୍ର ଭାଗ୍ୟ ଭବିଷ୍ୟତ । ଗତ ମାର୍ଚ୍ଚ ମାସ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପୁର ପଲ୍ଲିର ସାଧାରଣଙ୍କ ଦୁଆର ଆଗରେ ସେବା ଯୋଗାଇବା ଲକ୍ଷରେ ୫ଟି ମାଧ୍ୟମରେ ଲୋକାର୍ପିତ କଲେ ମୋ ସେବା କେନ୍ଦ୍ର ବା ଓଡିଶା ୱାନ୍ ପୋର୍ଟାଲ । ଯହା ଦ୍ୱାରା ଓଡିଶାର ୭ହଜାର ଯୁବକ ଯୁବତୀଙ୍କ ନିଯୁକ୍ତି ସୁଯୋଗ ପାଇବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ସୂଚାରୁ ରୂପେ ତୁଲାଇବାକୁ ପାଇଁ “ସହଜ” ନାମକ ଏ ସଂସ୍ଥା ଏହାର ଦାୟୀତ୍ୱ ନେଲା । ଯାହା ଫଳରେ ପ୍ରଥମେ ‘ସହଜ’ ସଂସ୍ଥା ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲାଇବା ନିମନ୍ତେ ଆଗ୍ରହି ଯୁବକ ଯୁବତୀଙ୍କ ଠାରୁ ପ୍ରଥମେ ୫ହଜାର ଟଙ୍କା ନେଇ ମୋ ସେବା କେନ୍ଦ୍ର ଖୋଲାଇ ଥିଲା । କିନ୍ତୁ ପରେ ପରେ ଆହୁରି ଅତ୍ୟାଧିକ ଟହ୍‌କା ଦାବି କଲା । ଏହାର କାରଣ ପଚାରିଲେ ଏଇପିଏସ୍ ଏବଂ ଆଇଆର୍‌ସିଟି ସୁବିଧା ସହଜରେ ୱେବ ସାଇଟରେ ଉପଲବ୍ଧ ଥିବାରୁ ଏହାକୁ ପଞ୍ଜିକରଣ କରିବା ପାଇଁ ଏହି ଅର୍ଥ ନିଆଯାଉଥିବା ଦାବି କରୁଚି ସଂସ୍ଥା । କିନ୍ତୁ ଅନ୍ୟ ପକ୍ଷରେ ଏହି ସେବା ଗୁଡିକ ଅତି କମ୍ ଅର୍ଥରେ ଲୋକଙ୍କୁ ମିଳୁଛି । ତଥାପି ଏଠିକାର ଭିଏଲି ମାନେ ଏହି ଟଙ୍କା ଦେବା ନିମନ୍ତେ ରାଜି ଅଛନ୍ତି କିନ୍ତୁ ମୋ ସେବା କେନ୍ଦ୍ରର ପ୍ରତିଶୃତି ଦେଇଥିବା ସମସ୍ତ ସେବା ପ୍ରାଦନ କରି ୱେବସାଇଟ୍‌ର ଲିଙ୍କ ଦିଆଯାଇଛି । ଯାହା ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପାରିବେ । ତାହେଲେ ମୋ ସେବା କେନ୍ଦ୍ର ଖୋଲିବାର ପ୍ରହସନ କଣ ପାଇଁ ବୋଲି ପୁଢିଜି ନିବେଶ କରିଥିବା ବେକାର ଯୁବକ ଯୁବତୀମାନେ ପ୍ରଶ୍ନ କରିଛନ୍ତି । ସହଜ ସଂସ୍ଥାର ଏହି ମନମୁଖୀ କାର୍ଯ୍ୟ ଏବଂ ମୋ ସେବା କେନ୍ଦ୍ର ଦେଇଥିବା ପ୍ରତିଶୃତି ପ୍ରକାରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଏବଂ ତହସିଲ ସମ୍ବନ୍ଧୀୟ ସେବା ଗୁଡିକ କେବଳ ମୋ ସେବା କେନ୍ଦ୍ରରେ ଉପଲବ୍ଧ କରିବା ସକାଶେ ଗଜପତି ଜିଲ୍ଲାର ସମସ୍ତ ମୋ ସେବା କେନ୍ଦ୍ର ନେଇ କାର୍ଯ୍ୟ କରୁଥିବା ଯୁବକ ଯୁବତୀ ଏକ ହୋଇ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ନିଜର ଦାବି ଗୁଡିକ ମୁଖ୍ୟମନ୍ତ୍ରୀ ଏବଂ ସହଜ ସଂସ୍ଥାକୁ ଅବଗତ କରାଇଛନ୍ତି । ଯଦି ସେମାନଙ୍କ ଦାବି ପୁରଣ ନହୁଏ ତାହାହେଲେ ଜିଲ୍ଲାର ସମସ୍ତ କେନ୍ଦ୍ରର ଯୁବକ ଯୁବତୀ ଜିଲ୍ଲା ମୁଖ୍ୟାଳୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ