ଦିନକରେ ୨୪ପଜିଟିଭ୍ ରେଡ୍ ଜୋନ୍ ରେ ଗଂଜାମ
ଛତ୍ରପୁର (ଓ୍ବାଇଏନ୍ଏସ୍) : ପ୍ରବାସୀ ଓଡ଼ିଆ ବଢାଇ ଦେଲେଣି ଗଂଜାମ ଜିଲ୍ଲାରେ ଚିନ୍ତା । ଜିଲ୍ଲାରେ ପଜିଟିଭ୍ ଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଇଥିବାରୁ ଗଂଜାମ ଜିଲ୍ଲା ବାସିନ୍ଦାଙ୍କ ମହଲରେ ଯେତିକି ଭୟ ସୃଷ୍ଟି ହୋଇଛି ତାହା ଠାରୁ ଅଧିକ ଚିନ୍ତା ବଢାଇ ଦେଇଛି ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର । ତେବେ ସମସ୍ତ ସଂକ୍ରମିତ ସଙ୍ଗରୋଧ ଗୃହରୁ ହିଁ ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣରୁ ଏହା ବ୍ୟାପିବାର ସମ୍ଭାବନା ନାହିଁ ଓ ସମସ୍ତ ସଂକ୍ରମିତଙ୍କୁ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରିଦିଆଯାଇଛି ତେଣୁ କୈାଣସି ଭୟଭିତ ନହେବାକୁ କୁହଯାଇଛି । ଗଂଜାମ ଜିଲ୍ଲା ଗ୍ରୀନ ଥିଲା ପରେ ଅରେଞ୍ଜ ଏବେ ରେଡ ଜୋନରେ ପରିଣତ ହୋଇଛି । । ପୂର୍ବରୁ ଗଂଜାମ ଜିଲ୍ଲା ଗ୍ରୀନ୍ ଜୋନରେ ଥିବାବେଳେ ଏପ୍ରିଲ ୨୯ ତାରିଖ ଠାରୁ ବସ୍ ଯୋଗେ ପ୍ରବାସୀ ଓଡ଼ିଆମାନେ ଆସିଥିବା ବେଳେ ମଇ ୩ ତାରିଖ ଠାରୁ ଟ୍ରେନ ଯୋଗେ ଆସୁଛନ୍ତି ତେଣୁ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡିଆ ମାନଙ୍କ ଠାରୁ ଏହି ପଜିଟିଭ ବାହାରିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ମାନଙ୍କୁ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହରେ ସୁରକ୍ଷିତ ଭାବେ ରଖାଯାଇଛି । ସେମାନେ ଠିକ୍ ଭାବେ ରହିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ସଙ୍ଗରୋଧ ଗୃହ ଠାରୁ ଦୂରେଇ ରହିବା ସହ ଲୋକମାନେ ସେଠାକୁ ନ ଯିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡିଆ ମାନଙ୍କ ସମ୍ପର୍କୀୟ ମାନେ ମଧ୍ୟ ସେଠାକୁ ନଯିବାକୁ କହିଛନ୍ତି । ଯଦି କୈାଣସି ଲୋକ ଯିବାର ନଜରକୁ ଆସିବ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ମଧ୍ୟ ସଙ୍ଗରୋଧ ଗୃହ ରଖାଯିବ ବୋଲି ଜିଲ୍ଲାପାଳ କଡା ଚେତାବନୀ ଦେଇଛନ୍ତି । ଅନ୍ୟ ପଟେ ସରକାରୀ ନିୟମକୁ ପାଳନ କରିବା ପାଇଁ ବିଶେଷ କରି ନିଜସ୍ୱ ବ୍ୟବସ୍ଥାରେ ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନେ ଜିଲ୍ଲା ପ୍ରଶାସନକୁ ସୂଚନା ଦେବା ପାଇଁ ଶ୍ରୀ କୁଲାଙ୍ଗେ କହିଛନ୍ତିା ଏପ୍ରିଲ ୨୯ ଏବଂ ମଇ ୩ ଠାରୁ ପ୍ରବାସୀ ଓଡ଼ିଆ ମାନେ ବହୁ ବସ୍ ଓ ଟ୍ରେନ୍ ଯୋଗେ ଗଂଜାମ ପହଂଚିଛନ୍ତି । ଏଯାବତ୍ ୨୮ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହରେ ରଖାଯାଇଛି । ସମୁଦାୟ ୨୮ଶହ ରୁ ଉର୍ଦ୍ଧ୍ୱ ସଙ୍ଗରୋଧ କେନ୍ଦ୍ର ଜିଲ୍ଲାରେ ଖୋଲାଯାଇଛି । ପ୍ରବାସୀ ଓଡିଆ ମାନଙ୍କ ଆସିବା ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂଗରୋଧ ଗୃହ କରାଯାଉଛି । ଏଥିନିମନ୍ତେ ପ୍ରଶାସନିକ ଅଧିକାରୀ, ପୁଲିସ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ, ବିଡିଓ, ତହସିଲଦାର, ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିଗର ଅଧିକାରୀ ଓ କର୍ମଚାରୀ ମାନେ ୨୪ଘଣ୍ଟିଆ କାମ କରୁଛନ୍ତି । ଜିଲ୍ଲା ନିମନ୍ତେ ୫ଜଣ ଓଏସଡି ନିଯୁକ୍ତି ହୋଇ ବିଭିନ୍ନ ସଂଗରୋଧ କେନ୍ଦ୍ର ବୁଲି ସମେସ୍ତ କାର୍ଯ୍ୟ କରୁଛନ୍ତି । ବ୍ୟାପକ ଭାବେ ଅଧିକାଂଶ ଲୋକମାନଙ୍କ ପରୀକ୍ଷା କରାଯାଉଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ଟିମ୍ ୱାର୍କ ଭଳି କାମ ଚାଲିଛି । ଜିଲ୍ଲାକୁ ପ୍ରବାସୀ ମାନେ ଆସୁ ଆସୁ ସେମାନଙ୍କ ସ୍କନିଂ କାରଯାଇ ବିଭିନ୍ନ ସଂଗରୋଧ ଗୃହକୁ ପଠାଯାଉଛି । ତାପମାତ୍ର ଅଧିକ ଥିଲେ କିମ୍ବା ସନ୍ଦିଗ୍ଧ ମାନଙ୍କ ସ୍ୱାବ ପରୀକ୍ଷା ପାଇଁ ମଧ୍ୟ ପଠାଯାଉଛି । ବାହାରୁ ଲୋକମାନେ ସାଇକେଲ, ମୋଟରସାଇକେଲ କିମ୍ବା ଚାଲି ଚାଲି ଲୁଚିକି ଆସୁଛନ୍ତି ସେମାନେ ଜିଲ୍ଲାପ୍ରଶାସନରେ ସୂଚାନ ଦେବା ସହ ସଂଗରୋଧ ଗୃହରେ ରହିବାକୁ କୁହାଯାଇଛି । ପ୍ରବାସୀ ଓଡିଆ ମାନେ ଜିଲ୍ଲାପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ନିବେଦନ । ସଂଗରୋଧ ଗୃହରେ ରହିଥିବା ଲୋକମାନଙ୍କ ନିମନ୍ତେ ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ କେତେ କଷ୍ଟରେ ଖାଇବା ବ୍ୟବସ୍ଥା କରୁଛନ୍ତି । ସେଥିପାଇଁ କିଏବି ବିଶୃଙ୍ଖଳା କରନ୍ତୁ ନାହିଁ ବୋଲି କୁହାଯାଇଛି । ଆଜି ଠାରୁ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଥିବାରୁ ସରକାରଙ୍କ ନିୟମ ପ୍ରକାରେ ସମସ୍ତ ଜନସାଧାରଣ ପାଳନ କରିବାକୁ କୁହାଯାଇଛି । ଗଂଜାମ ଜିଲ୍ଲାବାସୀ ଶାନ୍ତି ଶୃଙ୍ଖଳାଭାବେ ଲଡ ଡାଉନ ନୀୟମକୁ ପାଳନ କରୁଛନ୍ତି ଏବଂ ଦୋକାନ ବଜାର ସହ ବ୍ୟବସାୟୀ ମାନେ ମଧ୍ୟ ପାଳନ କରୁଥିବାର ଜିଲ୍ଲାପାଳ କହିଛନ୍ତି । ଏବେ ରେଡ ଜୋନ ହେବା ପରେ ଜିଲ୍ଲାବାସୀ ମାନେ କିଛି ଭୟଭିତ ନହୋଇ ସମଦୂରତା ରଖି, ମାସ୍କ ବ୍ୟବହାର ସହ ସରକାରଙ୍କ ନୀୟମ କୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ବୟସ୍କ, ଛୋଟଶିଶୁ ଏବଂ ଗର୍ଭବତୀ ମହିଳା ମାନେ ସୁରକ୍ଷିତ ରହିବାକୁ କୁୁହାଯାଇଛି । ଜିଲ୍ଲା ପ୍ରଶାସନ ସମସ୍ତ କାର୍ଜ୍ୟ ସଠିକ ଭାବେ କରୁଥିବାବେଳେ ଗୁରୁବାର ଦିନ ପ୍ରବାସୀ ସୁରତ ଫେରାନ୍ତଙ୍କ ମଧ୍ୟରୁ ୨୪ ଜଣ ସଂକ୍ରମିତ ଥିବା ଜଣ ପଡିବ ପରେ ସାଧାରଣରେ ଭୟ ସୁଷ୍ଠି ହୋଇଛି ।