ଦିନକୁ ତିନିଥର ରଙ୍ଗ ବଦଳାନ୍ତି ଶିବଲିଙ୍ଗ
ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି । ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମକ୍ରାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ ଜାଣିପାରୁନାହାନ୍ତି । ଏଭଳି ଏକ ଶିବଲିଙ୍ଗ ରାଜସ୍ଥାନର ଢୋଲପୁରରେ ରହିଛି । ନାଁ ହେଉଛି ଅଚଳେଶ୍ୱର ମହାଦେବ । ସ୍ଥାନୀୟ ଅଞ୍ଚଳରେ ଥିବା ଦୁର୍ଗମ ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିର । ମନ୍ଦିରର ସବୁଠୁ ବଡ଼ ବିଶେଷତା ହେଉଛି ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ଦିନକୁ ତିନି ଥର ପରିବର୍ତ୍ତନ ହୋଇଥାଏ । ଦେଖିବାକୁ ସାଧାରଣ ଶିବଲିଙ୍ଗ ହୋଇଥିଲେ ମଧ୍ୟ ଏହାର ଚମକ୍ରାରୀ ସ୍ୱରୂପ ପାଇଁ ଏହା ପ୍ରସିଦ୍ଧି ଅର୍ଜନ କରିଛି । ଲୋକଙ୍କ ଅନୁସାରେ, ଶିବଲିଙ୍ଗ ସକାଳେ ଲାଲ୍, ଦିପହରରେ ଧୂସର ଏବଂ ରାତିରେ କଳାରଙ୍ଗରେ ପରିବର୍ତ୍ତିତ ହୋଇଥାଏ । ଅଚଳେଶ୍ୱର ମହାଦେବଙ୍କ ପ୍ରତି ଲୋକଙ୍କର ଗଭୀର ଶ୍ରଦ୍ଧା ରହିଛି । ବିଶ୍ୱାସ ରହିଛି, ମହାଦେବ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମନବାଞ୍ଛା ପୂରଣ କରିଥାନ୍ତି । କୁହାଯାଏ, ଅବିବାହିତମାନେ ଶିବଲିଙ୍ଗର ଦର୍ଶନ ମାତ୍ରକେ ନିଜ ମନପସନ୍ଦର ବର ପାଇଥାନ୍ତି ।


