ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ନିଯୁକ୍ତି ମେଳା
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ମହାନାଦପୁର କ୍ଲଷ୍ଟର ସ୍ତରୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ନିଯୁକ୍ତି ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସୁଯୋଗ ପାଇଁ ତାଲିମ୍ ନେବାକୁ ନିମନ୍ତେ ଏଥିରେ ବିପୁଳିଙ୍ଗ,ମହାନାଦପୁର ଓ ବଉଳଗାଁ ପଞ୍ଚାୟତ ର ଯୁବକ ଯୁବତୀ ମାନେ ୮୩ଜଣ ଆବେଦନ କରିଛନ୍ତି । ଏହି ମେଳା କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ଉଦଘାଟନ କରିଥିବା ବେଳେ ବିଡିଓ ଅମ୍ବିକା ପ୍ରସାଦ ଦାଶ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପୁଳିଙ୍ଗ ସରପଂଚ ଟି.ନରସିଂହ ରେଡ୍ଡି,ମହାନାଦପୁର ସରପଞ୍ଚ ରୁନିତା ବେହେରା , ସମିତିସଭ୍ୟ ଅଶୋକ କୁମାର ପାଣିଗ୍ରାହି,ଓଡିଶା ଜୀବିକା ମିଶନ୍ ର ବ୍ଲକ ସଂଯୋଜିକା ମାନିନୀ ଜେନା,ଏସଡିସି ମାନସୀ ବେହୋର, ବିଏଲସି ଲିପିକା ,ଗ୍ରାମ ତରଙ୍ଗ (ଜଟନୀ),ସାଇ ଏକ୍ସପୋର୍ଟ (ବ୍ରହ୍ମପୁର) ଓ ବ୍ଲାକ ପନ୍ଥର (ଛତ୍ରପୁର) ସେଂଟର ର ଟ୍ରେନର ଏବଂ ତିନୋଟି ପଞ୍ଚାୟତର ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି ଚୟନ କାର୍ଯ୍ୟ ସହଯୋଗ କରିଥିଲେ । ଶିବିର ରେ ୩୨ ଜଣ କୁ ତାଲିମ ନିମନ୍ତେ ଚୟନ ହୋଇଛି ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା କହିଛନ୍ତି ।