ଦିନରାତି ଚାଲିଛି ବେଆଇନ ପଥର ବ୍ଲାଷ୍ଟିଙ୍ଗ ,କାହାର ଶୁଭଦୃଷ୍ଟି ରେ ପାଲୁରୁ ପଥର ପାହାଡ

ବେଆଇନ ବ୍ଲାଷ୍ଟି ଫଳରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାୟର ପାଚେରୀ ଫାଟିଛି
ବେଆଇନ ବ୍ଲାଷ୍ଟି ଫଳରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାୟର ପାଚେରୀ ଫାଟିଛି

କନିଷି ତହସିଲ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ମିନ୍ତିରିଡି ପଞ୍ଚାୟତ ର ପାଲୁର ହିଲ ପର୍ବତରେ ପଥର କୁଆଁର ରେ ଲିଜଧାରୀ ଙ୍କର ଖୁଲମଖୁଲା ସରକାରୀ ଆଇନ କୁ ଉଲ୍ଲଘଂନ କରି ଉକ୍ତ ପାହାଜ ଲିଜଧାରୀ ବେ ଆଇନ ଭାବେ ୫ଇଞ୍ଚି ର ୫ଟି କମ୍ପ୍ରେସର ବୋର ଲଗାଇ ଦିନରାତି ବେଆଇନ ଭାବେ ପଥର ବ୍ଲାଷ୍ଟିଙ୍ଗ କରୁଥିବା ନିକଟସ୍ଥ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସାଧାରଣତଃ ହାକରେ ପଥରକୁ ଛିଦ୍ର କରି ବ୍ଲାଷ୍ଟିଙ୍ଗ ବିଭିନ୍ନ ସ୍ଥାନରେ କରାଯାଉଥିବା ବେଳେ ସେଠାରେ କମ୍ପ୍ରେସର ମେସିନରେ ୫ଇଞ୍ଚି ର ହୋଲ କରି ପଥର ବ୍ଲାଷ୍ଟିଙ୍ଗ କରୁଥିବା ନୀତି ଦିନିଆ ଘଟଣା ପାଲଟିଛି । ଏ ନେଇ ଗ୍ରାମବାସୀ ଯଥା ହରିପୁର , ତାତଡାପଲ୍ଲି , ମାଣିକପୁର , ଗ୍ରାମବାସୀ ମାନେ ପ୍ରଭାବିତ ହେଉଛନ୍ତି । ଏହି ବ୍ଲାଷ୍ଟିଙ୍ଗ ଫଳରେ ନିକଟରେ ଥିବା ବିଜୁପଟ୍ଟନାୟ ଟ୍ରେନିଂସେଣ୍ଟଓ ଆଦର୍ଶ ବିଦ୍ୟାଳୟ ର ସ୍କୁଲ ବିଲଡିଙ୍ଗ ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହରିପୁର ତାତଡାପଲ୍ଲୀ ,ମାଣିକପୁର , ପାଲୁର ଗ୍ରାମ ର ବହୁ କୋଠା ବ୍ଲାଷ୍ଟିଙ୍ଗ ଫଳରେ କ୍ଷତିଗ୍ରସ୍ତ ହୋଇଥିବା ନଜିର ରହିଛି । ବେଆଇନ ବ୍ଲାଷ୍ଟିଙ୍ଗ ନେଇ ଉକ୍ତ ଗ୍ରାମର ବାସିନ୍ଦା ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ରେ ପ୍ରାୟ ୨୦୫ ଟି ପଥର ଖଣି ଲିଜ ଦିଆଯାଇଥିବା ବେଳେ କାହାରିକୁ ମଧ୍ୟ ବ୍ଲାଷ୍ଟିଙ୍ଗକୁ ଅନୁମତି ଦିଆଯାଇନଥିବା ନିକଟରେ ସୂଚନା ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥର କୁଆଁରି ରେ ଚାଲିଥିବା ବେଆଇନି ବ୍ଲାଷ୍ଟିଙ୍ଗ କୁ ନେଇ ଧଡପକଡ ଚାଲିଥିବା ସହ ବେଆଇନ ବିସ୍ଫୋରକ ନିମନ୍ତେ ବ୍ୟବହୃତ ଯନ୍ତ୍ରପାତି ସମେତ ଏଥିରେ ନିୟୋଜିତ ବ୍ୟକ୍ତି ଙ୍କୁ ଗିରଫ କରିଥିବା ନଜିର ରହିଛି , କିନ୍ତୁ କାହାର ଶୁଭ ଦୃଷ୍ଟି ଓ ଛତ୍ରଛାୟା ତଳେ ପାଲୁର ହିଲ ପଥର କୁଆଁରି ଲିଜଧାରୀ ରହି ବେଆଇନ ବିସ୍ପୋରଣ କରି ଦୈନିକ ୩୦୦ ଟ୍ରକରୁ ଉର୍ଦ୍ଧ ପଥର ଚାଲଣ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନପଡିବା ଅଞ୍ଚଳବାସୀ ଆଶ୍ଚର‌୍ୟ୍ୟ ପ୍ରକାଶ କରିଛନ୍ତି । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଛୋଟ ଚାଷୀ ଓ ପଶୁପାଳକ ମାନେ ବିଭିନ୍ନ ସମୟରେ ବ୍ଲଷ୍ଟିଙ୍ଗ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ବେଳେ ଛେଳୀ ,ମଇଁଷି ଓ ଗୋପାଳନ କରୁଥିବା ବ୍ୟକ୍ତି ମାନଙ୍କୁ ବେଳବେଳେ ବିନା ସୂଚନା ରେ ବିସ୍ପୋରଣ କରୁଥିବା ଯୋଗୁଁ ସେମାନଙ୍କର ପଶୁ ସମ୍ପଦ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି । ଏଥି ସହ କୁଆଁରୀ ନିକଟରେ ରେ ଥିବା ଗ୍ରାମ ଗୁଡିକ ର ଘରର କାନ୍ଥ ଗୁଡିକ ବିସ୍ପୋରଣ ଫଳରେ ଫାଟି ଆଁ କରି ରହିଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ଜିଲ୍ଲା୍ ପ୍ରଶାସନ ଦୃଷ୍ଟି ସହ ବେଆଇନ ପଥର ବ୍ଲାଷ୍ଟିଙ୍ଗ ବିରୁଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ରାଜ ରାସ୍ଥା କୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ।

ବିପଦ ଜନକ ଭାବେ ଜାତୀୟ ରାଜପଥରେ ନଂ ବିହିନ ଟ୍ରକ୍ରେ ଚଲାଣ ହେଇଛି ପଥର
ବିପଦ ଜନକ ଭାବେ ଜାତୀୟ ରାଜପଥରେ ନଂ ବିହିନ ଟ୍ରକ୍ରେ ଚଲାଣ ହେଇଛି ପଥର
ପାହାଡର ପାଦ ଦେଶରେ ରହିଛି ଆରଟିଓ କାର୍ଯ୍ୟାଳୟର ଭାରିଯାନ ଚାଳନ ତାଲିମ କେନ୍ଦ୍ର
ପାହାଡର ପାଦ ଦେଶରେ ରହିଛି ଆରଟିଓ କାର୍ଯ୍ୟାଳୟର ଭାରିଯାନ ଚାଳନ ତାଲିମ କେନ୍ଦ୍ର
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ