ଦିନିକିଆ ଓଡିଶା ଗ୍ରସ୍ତ ରେ ଉପରାଷ୍ଟ୍ରପତି

ଆଜି ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବିଶ୍ଵକବି ମହାକୁମ୍ଭରେ ନାଇଡୁ ଓଡିଆରେ ବକ୍ତବ୍ୟ ରଖି ସେ କହିଛନ୍ତି କି, ଓଡିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ ଅଛନ୍ତି। ଭେଙ୍କେୟା ନାଇଡୁ ଏହି କାର‌୍ୟ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି କି, ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ଯାହାକି ଆଜିର ସମୟ ପାଇଁ ଅତ୍ୟନ୍ତ ଆବଶ୍ୟକ। ସବୁ ଭାଷା ସମ୍ମାନନୀୟ, କିନ୍ତୁ ମାତୃଭାଷାର ଗୁରୁତ୍ଵ ଅଧିକ। ଏହି ସମୟରେ ପରମ୍ପରା, ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ଯୁବପିଢିଙ୍କୁ ଆହ୍ଵାନ କରିଛନ୍ତି ଉପରାଷ୍ଟ୍ରପତି। ଏହାପରେ ସେଠାରୁ କଟକ ଯାତ୍ରା କରି ସମାଜ ଖବର କାଗଜର ଶତବାର୍ଷିକୀ ସମାରୋହରେ ସାମିଲ ହେବେ। ସେଠାରେ ସମ୍ବୋଧନ କରିବା ପରେ ଭେଙ୍କେୟା ନାଇଡୁ ସନ୍ଧ୍ୟା ଭୁବନେଶ୍ଵର ଆସି ଦିଲ୍ଲୀ ଫେରିଯିବାର କାର‌୍ୟ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ