‘ଦିନ୍ୟୁଏଜ୍ ୟୁରୋ’ ସ୍କୁଲକୁ ଯୁକ୍ତଦୁଇ ବିଜ୍ଞାନ ପାଇଁ ସିବିଏସ୍‌ଇ ସ୍ୱୀକୃତି ବିଭିନ୍ନ ମହଲରୁ ଶୁଭେଚ୍ଛା 

ଛତ୍ରପୁର,(ୱାଏନଏସ):ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ ଦିନ୍ୟୁଏଜ୍ ୟୁରୋ’ ସ୍କୁଲକୁ ଯୁକ୍ତଦୁଇ ବିଜ୍ଞାନ ପାଇଁ ସିବିଏସ୍‌ଇ ସ୍ୱୀକୃତି ମିଳିଛି । ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଉକ୍ତ ସ୍କୁଲ ଏହି ଗୌରବ ହାସଲ କରିଥିବା ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ୨୦୨୩ ମସିହାରେ ଏହି ଅନୁଷ୍ଠାନକୁ ୯ମ ଓ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ବୋର୍ଡ(ଦିଲ୍ଲୀ) ପକ୍ଷରୁ ସ୍ୱୀକୃତି ମିଳିଥିବା ବେଳେ ଆଜି ଯୁକ୍ତଦୁଇ ବିଜ୍ଞାନ ପାଇଁ ସ୍ୱୀକୃତି ମିଳିଛି । ଛତ୍ରପୁର ସହରର ଏକମାତ୍ର ଶିକ୍ଷାନୁଷ୍ଠାନ ଯୁକ୍ତଦୁଇ ବିଜ୍ଞାନ ସିବିଏସ୍‌ଇ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ସ୍ୱକୃତି ପାଇଥିବା ନେଇ ଅନୁଷ୍ଠାନ ଏବଂ ଛତ୍ରପୁର ସହର ଓ ଆଖପାଖ ଅଂଚଳ ନିମନ୍ତେ ଗୌରବମୟ । କାରଣ ସହରରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ କିମ୍ବା ଯୁକ୍ତଦୁଇ ସ୍ୱୀକୃତିପ୍ରାପ୍ତ କୌଣସି ଶିକ୍ଷାନୁଷ୍ଠାନ ନାହିଁ । ସିବିଏସ୍‌ଇ ଅଧ୍ୟୟନ ଲାଗି ବାହାରକୁ ଯାଉଥିବା ଲାଗି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ପାଇଁ ସୁବିଧା ହୋଇପାରିବ ।

୨୦୧୮ ମସିହାରୁ ‘ଶକ୍ତି-ଏନ୍ ଏଜୁକେସନ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ’ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟସ୍ତରର ଏହି ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଏବଂ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନକୌଶଳର ବିକାଶ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ସେହିପରି କରୋନା ମହାମାରୀ ବେଳେ ଅନଲାଇନ୍ ସିକ୍ଷାଦାନର ଉତ୍ତମ ପରିଚାଳନା ପାଇଁ ‘କାଇଟସ୍ ପ୍ରଡକ୍ସନ୍ ସଂସ୍ଥା’ ପକ୍ଷରୁ ଅନୁଷ୍ଠାନକୁ ‘ଏସିଆନ୍ ଏଜୁକେସନ୍‌-୨୦୨୦’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୨୦-୨୧ରେ ଲାଇଫ୍ ସ୍କିଲ୍‌, ଡିଜିଟାଲ ଏଜୁକେସନ୍ ତଥା ସ୍ମାର୍ଟ କୋଚିଂ, ଲାଇବ୍ରେରି, ସ୍ମାର୍ଟକ୍ଲାସ୍‌,ମୌଖିକ ଶିକ୍ଷାଶୈଳୀ, କମ୍ୟୁନିକେସନ୍ ସ୍କିଲ୍‌, ଗ୍ରୁପ୍ ଆଲୋଚନା ଓ ପିକ୍‌ଚର ଆପ୍ରିସିଏସ୍‌ନ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁ ‘ଇମେଜ୍ ପ୍ଲାନେଟ୍‌’ ସଂସ୍ଥା ତରଫରୁ ପ୍ରଶଂସା କରାଯାଇଥିଲା । ସେହିପରି ଏହି ଅନୁଷ୍ଠାନ ଶ୍ରେଷ୍ଠ ଏମର୍ଜିଂ ପ୍ରାଇମେରି ସ୍କୁଲ ଇନ୍ ଛତ୍ରପୁର ନାମରେ ପୁରସ୍କୃତ ହୋଇଛି । ବହୁ ମାନ୍ୟଗଣ୍ୟ ଶିକ୍ଷାବିତ୍ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ବିଦ୍ୟାଳୟର ଶିକ୍ଷାଦାନକୁ ଭୂୟସ୍ରୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ