ଦିନ କେଇଟା ଭିତରେ ଭୁଷୁଡିଲା ରାସ୍ତା, ପୁର୍ତ୍ତ ବିଭାଗ କରୁଛି କଣ ?

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି- ଶାଳଣିଆଁ ରାସ୍ତାର ଅନେକ ସ୍ଥାନ ଏବେ ଭୂଷୁଡି ପଡିଲାଣି । କେଉଁଠି କଂକ୍ରିଟ ରାସ୍ତା ଫାଟି ଆଁ କରିଛି ତ ଆଉ କେଉଁଠି ଭୂଷୁଡି ଯାଇ ଗାତ ସୃଷ୍ଟି ହେଲାଣି । ଅନେକ ଲୋକ ଏନେଇ ପୁର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପୁର୍ତ୍ତ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହିଁ । ଏହି ରାସ୍ତାଟି ଉପରେ ଓରାଳି, କଇଥଗଡିଆ, କଳିଗାଁ, ଇଛାପୁର, ଏଲକଣିଆଁ, ଶାଳଣିଆଁ, ଗେଡମା, ଡଅଁର,ଆଇତିପୁର, ସାହାପୁର ଆଦି ତିରିଶରୁ ଉର୍ଦ୍ଧର ଲୋକମାନେ ନିର୍ଭର କରୁଥିବାବେଳେ ଏହା ବ୍ଲକର ଏକ ପ୍ରମୁଖ ରାସ୍ତା ଭାବେ ପରିଗଣିତ ହୋଇଛି । ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଗତ ତିନିବର୍ଷ ପୁର୍ବେ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଇଥିଲେ ରାସ୍ତା ନିର୍ମାଣ ପାଇଁ । ପୁର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ଦିଆଯାଇ କାମ ଆରମ୍ଭ କରାଯାିଥିଲା । ମାତ୍ର ଏବେ ଏହି ରାସ୍ତାର ଶାଳକଣିଆଁ ନିକଟରେ ରାସ୍ତାଟି ଭୂଷୁଡି ପଡିବା ସହିତ ବିଭିନ୍ନ ସ୍ଥାନରେ ହୋଇଥିବା କଂକ୍ରିଟ ରାସ୍ତା ସବୁ ଫାଟି ମେଲା ହୋଇ ଗଲାଣି । କଂକ୍ରିଟ ଫାଟରେ ଅନେକ ସମୟରେ ବାଇକ ଚକା ପସିଯାଇ ଦୁର୍ଘଟଣା ଘଟିବାପରେ ଠିକାଦାର ଫାଟି ଯାଇଥିବା କଂକ୍ରିଟ ଫାଟ ଗୁଡିକୁ ପିଚୁ ଦେଇ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଦିନକୁ ଦିନ ଅଧିକ ଫାଟି ଫାଟି ଯାଉଛି । ପୁର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ, ସହକାରୀ ନିର୍ବାହିଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀ ମାନେ ନିୟମିତ ଏହି ରାସ୍ତାରେ ଯାଉଥିଲେବି କିପରି ସେମାନଙ୍କୁ ଏହା ଦୃଷ୍ଟିଗୋଚର ହେଉନାହିଁ ଏନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନନେଲେ ଭୁଷୁଡିଥିବା ରାସ୍ତାଟି ଚଳିତ ବର୍ଷା ରୁତରେ ପାଣିଦ୍ୱାରା ଅଧିକ ନଷ୍ଟ ହୋଇଯାଇ ଯାତାୟତରେ ବାଧା ଉପୁଯାଇବା ଆଶଙ୍କା ଦେଖା ଦେଇଛି । ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦଅଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ