ଦିନ ମଜୁରିଆଙ୍କ ମଜୁରି ସମସ୍ୟାର ନେଇ 20ଟି କଣ୍ଟ୍ରୋଲ ରୁମ୍
ନୂଆଦିଲ୍ଲୀ : କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ଭାରତରେ ଉତ୍ପନ୍ନ ପରିସ୍ଥିତି ଯୋଗୁ ଦିନ ମଜୁରିଆମାନଙ୍କ ମଜୁରି ସଂପର୍କିତ ସମସ୍ୟାର ସମାଧାନ ସକାଶେ ମୁଖ୍ୟ ଶ୍ରମ କମିଶନ (ସିଏଲସି) (ସି) ଙ୍କ କାର୍ଯ୍ୟାଳୟ ପକ୍ଷରୁ 20ଟି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ଏହିସବୁ କଣ୍ଟ୍ରୋଲ୍ ରୁମ୍ ନିମ୍ନଲିଖିତ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି । କ) କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଜୁରି ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ. ଖ) ଦାଦନ ଶ୍ରମିକମାନଙ୍କର ସମାଧାନ ଯାହାକି ବିଭିନ୍ନ ରାଜ୍ୟ ସରକାରମାନଙ୍କ ସହ ସହଯୋଗ ମାଧ୍ୟମରେ କରାଯିବ । ଏଭଳି କଲ୍ ସେଣ୍ଟରଗୁଡ଼ିକ ସହ ଫୋନ୍ ନମ୍ବର, ହ୍ୱାଟ୍ସ ଆପ୍ ଏବଂ ଇମେଲ୍ ମାଧ୍ୟମରେ ଶ୍ରମିକମାନେ ଯୋଗାଯୋଗ କରିପାରିବେ । ସେହିସବୁ କଣ୍ଟ୍ରୋଲ୍ ରୁମ୍ ସଂପୃକ୍ତ କ୍ଷେତ୍ରର ଶ୍ରମ ଏନଫୋର୍ସମେଣ୍ଟ ଅଧିକାରୀ, ସହକାରୀ ଶ୍ରମ କମିଶନର, ଆଞ୍ଚଳିକ ଶ୍ରମ କମିଶନର, ଡ଼େପୁଟି ଶ୍ରମ କମିଶନରମାନଙ୍କ ଦ୍ୱାରା ପରିଚାଳିତ ହେବ । ସମସ୍ତ 20ଟି ଯାକ କଲ୍ ସେଣ୍ଟରର କାର୍ଯ୍ୟାବଳୀ ମୁଖ୍ୟାଳୟଠାରେ ଦୈନିକ ଭିତ୍ତିରେ ମୁଖ୍ୟ ଶ୍ରମ ଆୟୁକ୍ତ (ସି)ଙ୍କ ଦ୍ୱାରା ମନିଟର ଓ ସୁପରଭାଇଜ୍ କରାଯିବ । ସେଥି ନିମନ୍ତେ ସଂପୃକ୍ତ ଅଧିକାରୀ/ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଶ୍ରମିକମାନଙ୍କ ପ୍ରତି ମାନବୀୟ ଆଭିମୁଖ୍ୟ ପ୍ରଦର୍ଶନ କରି ସେମାନଙ୍କ ସମସ୍ୟାବଳୀ ପ୍ରତି ଧ୍ୟାନ ଦେବେ ତଥା ସର୍ବାଧିକ ମାତ୍ରାରେ ସେସବୁର ସମାଧାନ ଯଥାଶୀଘ୍ର କରିବେ ଯାହା ଫଳରେ ସେମାନେ ଉପଶମ ପାଇପାରିବେ । କ୍ଷେତ୍ର ଆଧାରରେ ଅଧିକାରୀ/ କର୍ମଚାରୀମାନଙ୍କ ବିସ୍ତୃତ ବିବରଣୀ “ୱାର୍କର୍ସ ହେଲ୍ପଲାଇନ” ନମ୍ବର ଓ ଇମେଲ୍ ତଥା ଅଧିକାରୀମାନଙ୍କ ସୂଚନା ନିମ୍ନରେ ପ୍ରଦତ୍ତ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।