ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । କ୍ଳବ ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜବୁଲି ଚରଣ ବେହେରା, କାଉନସିଲର ବିଭୁ ପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ସୁନିଲ କୁମାର ପଣ୍ଡା, ସିମାଞ୍ଚଳ ପାଣିଗ୍ରାହୀ, ପ୍ରଫୁଲ ଜେନା ପ୍ରମୁଖ ମଞ୍ଚାସିନ ଥିଲେ । ଉଦଘାଟନି ମ୍ୟାଚ ପାୱାର କ୍ରିକେଟ କ୍ଳବ, ଆସିକା ଓ ପାଇନିଅର କ୍ରିକେଟ କ୍ଳବ, ବେଗୁନିଆପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତ ବେଗୁନିଆପଡା ଦଳ ବୋଲିଂ କରିବାର ନିଷ୍ପତ୍ତି ନେଇ ଆସିକା ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ସଂଗ୍ରାମ ଜେନାଙ୍କ ଲଢୁଆ ବ୍ୟାଟିଂ ସହାୟତାରେ (୪୮ ବଲ୍ ୬୩ ରନ) ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ଜବାବରେ ବିପକ୍ଷ ବେଗୁନିଆପଡା ଦଳ ୧୬.୩ ଓଭରରେ ୩ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିବା ସହ ୭ ୱିକେଟରେ ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ରାକେଶ ସାହୁ ସର୍ବାଧିକ ୭୪ ରନ୍ ଓ ଶିବ ମାଝି ୬୧ ରନ୍ ସଂଗ୍ରହ କରିବା ସହ ୪ ଓଭର ବୋଲିଂ କରି ୪୪ରନ୍ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ସମାଜସେବୀ ସୁନିଲ ପଣ୍ଡା ଅତିଥି ଭାବେ ଯୋଗଦେଇ ଶିବଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଜିତେନ୍ଦ୍ର ଦାସ ଓ ପ୍ରଶାନ୍ତ ପାଢି ମ୍ୟାଚ ପରିଚାଳନା କରିଥିଲେ । ରଜତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ କାହ୍ନା ସାବତ ସ୍କୋରର ଥିଲେ । ପ୍ରଶାନ୍ତ ପ୍ରଧାନ, ତ୍ରିନାଥ ସାହୁ, ସୁକାନ୍ତ ପାତ୍ର, ସୁନିଲ ପାଠି, ଟିକୁ ମହାରଣା, ସଚିନ ସେଠି, ସୁରଜ ସୁବୁଦ୍ଧି, ଆଦିତ୍ୟ, ସୁମନ, ବାବୁଲି, ଲକି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ