ଦିପ୍ତୀସୂର୍ଯ୍ୟ ଜିଲ୍ଲା ଛାତ୍ର ସଭାପତି ମନୋନୀତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଜିଲ୍ଲା ଛାତ୍ର ସଭାପତି ଭାବେ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ ଦ୍ୱିତୀୟ ଥର ପାଇଁ ମନୋନୀତ ହୋଇଛନ୍ତି। ଶ୍ରୀ ବିଶ୍ୱାଳ କଲେଜ ସମୟରୁ ଛାତ୍ର ରାଜନୀତିରେ ପ୍ରବେଶ କରି ପରବର୍ତ୍ତୀ ସମୟରେ ବିଜେଡି ଦଳରୁ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ। ଅଧୁନା ସେ ନାଆମୀ ପ୍ରାଥମିକ କୃଷି ସେବା ସମବାୟ ସମିତିରେ କାର୍ଯ୍ୟରତ ଅଛନ୍ତି। ନେତୃତ୍ବଙ୍କ ପ୍ରତି ଆନୁଗତ୍ୟ ଓ ଦଳୀୟ ସାଙ୍ଗଠନିକ ଦକ୍ଷତାକୁ ଆଧାର କରି ଶ୍ରୀ ବିଶ୍ୱାଳଙ୍କୁ ଦ୍ୱିତୀୟ ଥର ପାଇଁ ଭଦ୍ରକ ଜିଲ୍ଲା ଛାତ୍ର ସଭାପତି ଭାବେ ମନୋନୀତ କରାଯାଇଛି। ଏଥିପାଇଁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି।


